ତମିଆଁ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣା: ଠିକାଦାର ସଂଜୟଙ୍କ ବୟାନ ରେକର୍ଡ କଲା ଭିଜିଲାନ୍ସ

Advertisment
ତମିଆଁ-ମୁଦଲସର ସୁକତେଲ ପୋଲ ଭୁଶୁଡ଼ିବା ଘଟଣା:  ଠିକାଦାର ସଂଜୟଙ୍କ ବୟାନ ରେକର୍ଡ କଲା ଭିଜିଲାନ୍ସ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆଁ- ମୁଦଲସର ପୋଲ ଭଙ୍ଗା ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଛି। ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଶୁକ୍ରବାର ଠିକାସଂସ୍ଥା ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରା.ଲି.ର ମୁଖ୍ୟ ଠିକାଦାର ସଂଜୟ ଅଗ୍ରୱାଲଙ୍କୁ କାର୍ଯ୍ୟାଳୟକୁ ଡାକି ବୟାନ ରେକର୍ଡ କରିଛି। ଠିକାଦାରଙ୍କୁ ଭିଜିଲାନ୍ସ ଅନେକ ପ୍ରଶ୍ନ ପଚାରିଛି। ପୋଲ ମରାମତି କାମ ସମୟରେ ସେଫଟି ନିୟମ ପାଳନ ହୋଇଥିଲା ନା ନାହିଁ? ପୋଲ ଭାଙ୍ଗିଲା କାହିଁକି? ଏଭଳି ଅନେକ ପ୍ରଶ୍ନ ଭିଜିଲାନ୍ସ ପକ୍ଷରୁ ପଚରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ନିର୍ମିତ ହୋଇଥିବା ତମିଆଁ-ମୁଦଲସର ସୁକତେଲ ନଦୀର ହାଇଲେବଲ ପୋଲ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୨ଜଣ ଶ୍ରମିକ ପ୍ରାଣ ହରାଇଥିଲେ। କିଛି ଦିନ ତଳେ ଓଡ଼ିଶା ଲୋକପାଳ ଏହାର ଏକ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଲୋକପାଳଙ୍କ ନିର୍ଦେଶରେ ମାମଲା ନଂ ୨୪/୨୦୨୦ ରୁଜୁକରି ତଦନ୍ତ ଚଳାଇଛି। କିଛି ଦିନ ତଳେ ଭିଜିଲାନ୍ସ ଟିମ୍‌ ପାଟଣାଗଡ଼ ଯାଇ ତଦନ୍ତ କରିଥିବା ବେଳେ ଆଗକୁ ଟେକନିକାଲ ଟିମ ବି ତଦନ୍ତ କରିବ ବୋଲି ଅଧିକାରୀମାନେ କହିଥିଲେ। ଏପଟେ ଆଜି ଠିକାଦାର ସଂଜୟଙ୍କୁ ଭିଜିଲାନ୍ସ ନିଜ କାର୍ଯ୍ୟାଳୟକୁ ଡାକି ବୟାନ ରେକର୍ଡ କରିଛି। ପ୍ରକାଶଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡର ତମିଆଁ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ସୁକତେଲ ନଦୀରେ ୬କୋଟି ୯୯ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇଲେବଲ ପୋଲ ନିର୍ମାଣ କରାଯାଇଥିଲା। ପୋଲ ନିର୍ମାଣ ବେଳେ ଏହା ନିମ୍ନମାନର ଥିବାରୁ ତାହା ଭୁଶୁଡ଼ି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe