ଭୁବନେଶ୍ୱର: ଲାଲ ରଙ୍ଗର ଲେହେଙ୍ଗା ସାଙ୍ଗକୁ ମଥାମଣି, ନା ଥିଲା ମୁକୁଟ, ନା ଥିଲା ଖଣ୍ଡା, କାରଣ ଆଜିର ମୁହୂର୍ତ୍ତ କିଛି ଅଲଗା ଥିଲା। ଅଂଚଳ ପାଇଁ ସିନା ରାଜା, ହେଲେ ଏବେ ହେବେ ଆଉ କାହା ହୃଦୟର ରାଣୀ। ସେଥିପାଇଁ ଏତେ ସବୁ ଜାକଜମକ। ଆମେ କହୁଛୁ ଏମିତି ଜଣଙ୍କ ବିବାହ କଥା ଯିଏ ନିଜ ଅଂଚଳର ରାଜା। 

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଗଂଜାମ ଜିଲ୍ଲା ଧରାକୋଟ ରାଜାସାହେବ ତଥା ବିଜେଡି ନେତ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଭୁବନେଶ୍ୱରର ବ୍ୟବସାୟୀ ଶ୍ରୀମୟ ମହାପାତ୍ରଙ୍କ ହାତ ଧରିଛନ୍ତି ସୁଲକ୍ଷଣା। ଭୁବନେଶ୍ୱରର ଏକ ରିସୋର୍ଟରେ ଗତକାଲି ଏହି ବିବାହ ସମ୍ପନ୍ନ ହୋଇଥିବାବେଳେ ଆସନ୍ତା ୧୪ ତାରିଖରେ ଧରାକୋଟରେ ନିଜ କର୍ମୀ ସହ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ଧରଣର ଭୋଜିର ଆୟୋଜନ କରିଛନ୍ତି ସୁଲକ୍ଷଣା। 

ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ

ସୁଲକ୍ଷଣା କିଏ? 
ରାଜାସାହେବ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ବର୍ତ୍ତମାନ ଧରାକୋଟ ବ୍ଲକର ଅଧ୍ୟକ୍ଷା ଥିବାବେଳେ ୨୦୨୪ ନିର୍ବାଚନରେ ସେ ସାନଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନାଙ୍କଠାରୁ ହାରିଯାଇଥିଲେ। ସୁଲକ୍ଷଣା ଆଇନ ଶିକ୍ଷା ସମାପ୍ତ କରିଥିବାବେଳେ ସ୍ଥାନୀୟ ଅଂଚଳରେ ତାଙ୍କର ବେଶ ଦବଦବା ରହିଛି। 

Marraige
Marraige Photograph: (Marraige)

ରାଜାସାହେବ କାହିଁକି କୁହାଯାଏ?
୨୦୧୦ ମେ ମାସରେ ଧରାକୋଟ ରାଜବଂଶର ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ସେ ରାଜସିଂହାସନ ଆରୋହଣ କରିଥିଲେ। ସେବେଠାରୁ ତାଙ୍କୁ ହିଁ ରାଜାସାହେବ ଭାବେ ପରିଚିତ ହୋଇଥିଲେ। ରଥଯାତ୍ରା ସମୟରେ ରଥରେ ଛେରାପହଁରା ବେଳେ ସୁଲକ୍ଷଣାଙ୍କୁ ରାଜା ବେଶରେ ଦେଖିବାକୁ ମିଳେ।

ଆହୁରି ପଢନ୍ତୁ: Daughter-in-Law Burns Mother-in-Law Alive: ଏମିତି ବୋହୂ: ୟୁଟ୍ୟୁବ୍ ଦେଖି ପିଲାମାନଙ୍କୁ ଖେଳରେ ଫସାଇ ଶାଶୁଙ୍କୁ ଜୀବନ୍ତ ଜାଳି ଦେଲେ

ସୁଲକ୍ଷଣାଙ୍କ ସ୍ୱାମୀ କଣ କରନ୍ତି?
ସୁଲକ୍ଷଣାଙ୍କ ସ୍ୱାମୀ ଶ୍ରୀମୟ ମହାପାତ୍ର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ସୁଲକ୍ଷଣାଙ୍କ ବିବାହ ସମାରୋହରେ ସ୍ଥାନୀୟ ଅଂଚଳର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବିଜୁ ଜନତା ଦଳର ବହୁ ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଶ ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼ର ବିଭିନ୍ନ ରାଜପରିବାରର ବହୁ ସଦସ୍ୟ ଏହି ବିବାହ ସମାରୋହରେ ଯୋଗ ଦେଇଥିଲେ।