Advertisment

ସଞ୍ଜୟଙ୍କ ମୃତ୍ୟୁ ଖବର ପାଇବା ପରେ କରିସ୍ମାଙ୍କ ଘରୁ କାନ୍ଦିକାନ୍ଦି ବାହାରିଲେ କରିନା!

Advertisment

କରିସ୍ମାଙ୍କୁ ଭେଟି କରିନା ଘରୁ ବାହାରକୁ ଆସିବା ସମୟରେ ତାଙ୍କ ମୁହଁରେ ଦୁଃଖ ଏବଂ ଆଖିରେ ଲୁହ ଭରି ରହିଥିବା ଦେଖିବାକୁ ମିଳିଥିଲା। ଏମିତି କି ଗାଡ଼ିରେ ବସିବା ପରେ କରିନା ତାଙ୍କ ଲୁହକୁ ପୋଛିଥିଲେ। 

କରିସ୍ମାଙ୍କୁ ଭେଟି କରିନା ଘରୁ ବାହାରକୁ ଆସିବା ସମୟରେ ତାଙ୍କ ମୁହଁରେ ଦୁଃଖ ଏବଂ ଆଖିରେ ଲୁହ ଭରି ରହିଥିବା ଦେଖିବାକୁ ମିଳିଥିଲା। ଏମିତି କି ଗାଡ଼ିରେ ବସିବା ପରେ କରିନା ତାଙ୍କ ଲୁହକୁ ପୋଛିଥିଲେ। 

hjtugk

ମୁମ୍ବାଇ: ବ୍ରିଟେନରେ ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। 

ବ୍ରିଟେନରେ ପୋଲୋ ଖେଳୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ବୋଲି କୁହାଯାଉଛି। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ସଞ୍ଜୟ ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇ ଏକ୍ସରେ ଏକ ପୋଷ୍ଟ କରିଥିଲେ। 

ଏହି ପୋଷ୍ଟ କରିବା ପରେ ସେ ପୋ‌ଲୋ ଖେଳିବାକୁ ଚାଲିଯାଇଥିଲେ। ଖେଳିବା ସମୟରେ ହିଁ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି।

୨୦୦୩ ମସିହାରେ ସଞ୍ଜୟ ଏବଂ କରିସ୍ମାଙ୍କ ବିବାହ ହୋଇଥିବା ବେଳେ ୨୦୧୬ ମସିହାରେ ଛାଡପତ୍ର ହୋଇଥିଲା। ସଞ୍ଜୟ କପୁରଙ୍କ ମୃତ୍ୟୁ ଖବର ଶୁଣି କରୀନା କପୁର ତୁରନ୍ତ ତାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନଙ୍କ ସହ କରିସ୍ମାଙ୍କ ଘରେ ପହଞ୍ଚିଥିଲେ। 

କରିସ୍ମାଙ୍କୁ ଭେଟି କରିନା ଘରୁ ବାହାରକୁ ଆସିବା ସମୟରେ ତାଙ୍କ ମୁହଁରେ ଦୁଃଖ ଏବଂ ଆଖିରେ ଲୁହ ଭରି ରହିଥିବା ଦେଖିବାକୁ ମିଳିଥିଲା। ଏମିତି କି ଗାଡ଼ିରେ ବସିବା ପରେ କରିନା ତାଙ୍କ ଲୁହକୁ ପୋଛିଥିଲେ। 

ଏହି ଦୃଶ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା କ୍ୟାମେରାମ୍ୟାନମାନେ କୈଦ କରି ନେଇଥିଲେ। ଭିଡିଓ ସାମ୍ନାକୁ ଆସିବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଯାଇଛି। ଲୋକେ ଏହି ଭିଡିଓକୁ ଦେଖିବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe