ସମ୍ପତ୍ତିକୁ ନେଇ ବୃଦ୍ଧି ପାଉଛି ବିବାଦ; ନାମ ବଦଳାଇ ଦେଲେ ସଞ୍ଜୟଙ୍କ ଧର୍ମପତ୍ନୀ

ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କର ୩୦ ହଜାର କୋଟି ଟଙ୍କା ସମ୍ପତ୍ତିର ଦାବିଦାର କିଏ ହେବ ଏବଂ ଏଥିରେ କିଏ ଅଂଶ ପାଇବ ସେ ନେଇ ଚର୍ଚ୍ଚାର ଜୋର ଧରିଛି। ଏମିତି କି ସଞ୍ଜୟଙ୍କ ପାରିବାରିକ ବ୍ୟବସାୟ ଏବଂ ଇଚ୍ଛାପତ୍ରକୁ ନେଇ ବିବାଦ ଘନୀଭୂତ ହେଉଛି। 

New Project

ମୁମ୍ବାଇ: କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ହଠାତ ହୃଦଘାତରେ ମୃତ୍ୟୁ ହେବା ଖବର ତାଙ୍କ ପ୍ରଶଂସକ ଓ ସମ୍ପର୍କୀୟଙ୍କୁ ଦୁଃଖୀ କରି ଦେଇଥିଲା।  

ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କର ୩୦ ହଜାର କୋଟି ଟଙ୍କା ସମ୍ପତ୍ତିର ଦାବିଦାର କିଏ ହେବ ଏବଂ ଏଥିରେ କିଏ ଅଂଶ ପାଇବ ସେ ନେଇ ଚର୍ଚ୍ଚାର ଜୋର ଧରିଛି। ଏମିତି କି ସଞ୍ଜୟଙ୍କ ପାରିବାରିକ ବ୍ୟବସାୟ ଏବଂ ଇଚ୍ଛାପତ୍ରକୁ ନେଇ ବିବାଦ ଘନୀଭୂତ ହେଉଛି। 

ଏଭଳି ସମୟରେ  ସଞ୍ଜୟଙ୍କ ମାଆ ରାଣୀ କପୁର ପୁଅ କମ୍ପାନି ସୋନା କମଷ୍ଟାରର ବାର୍ଷିକ ବୈଠକ ପୂର୍ବରୁ କରିଥିବା ଏକ ଦାବି ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାଣୀ କପୁର ଦାବି କରି କହିଛନ୍ତି କି, ‘ ପୁଅ ମୃତ୍ୟୁ ପରେ ମୁଁ ହେଉଛି କମ୍ପାନିର ପ୍ରକୃତ ଉତ୍ତରାଧିକାରୀ। ଏଥିରେ କେହି ହସ୍ତକ୍ଷେପ କରି ପାରିବେ ନାହିଁ।

 କିଛି ଲୋକ ମୋ ପରିବାରର ସମ୍ପତ୍ତି ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି। କିଛି ଲୋକ ମୋତେ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ମୁଁ ମୋ ପୁଅ ସଞ୍ଜୟ କପୁରଙ୍କ ମୃତ୍ୟୁକୁ ସ୍ୱାଭାବିକ ମନେ କରୁ ନାହିଁ। କାରଣ ସଞ୍ଜୟଙ୍କ ମୃତ୍ୟୁ ପରେ ଏମିତି କିଛି ଘଟଣା ଘଟିଛି ଯାହା କି ମୋତେ ସନ୍ଦେହ କରିବ‌ାକୁ ବାଧ୍ୟ କରୁଛି।

ଅନ୍ୟପକ୍ଷରେ ସଞ୍ଜୟଙ୍କ ମୃତ୍ୟୁର କିଛି ସମୟ ପରେ ପ୍ରିୟା ସଚଦେବଙ୍କୁ ସୋନା କମଷ୍ଟାରରେ ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ନିକଟରେ ପ୍ରିୟା ତାଙ୍କ ନାମ ପରିବର୍ତ୍ତନ କରି ପ୍ରିୟା ସଞ୍ଜୟ କପୁର ରଖିଛନ୍ତି। ଏଥିସହିତ ଇନଷ୍ଟାଗ୍ରାମ ବାୟୋରେ ଲେଖିଛନ୍ତି - ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ।

ସ୍ବାମୀଙ୍କ ସମ୍ପତ୍ତି ବିବାଦ ମଧ୍ୟରେ ପ୍ରିୟାଙ୍କ ଏଭଳି ନାମ ପରିବର୍ତ୍ତନକୁ ନେଇ ଆଲୋଚନା ତୀବ୍ର ହୋଇଛି। 

ସଞ୍ଜୟ କପୁର ୨୦୦୩ ମସିହାରେ କରିସ୍ମାଙ୍କୁ ବିବାହ କରିଥିଲେ। ବିବାହ ପରେ, ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅର ହୋଇଥିଲା।  ୨୦୧୬ ମସିହାରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ଛାଡପତ୍ରର କିଛି ବର୍ଷ ପରେ, ସଞ୍ଜୟ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ ଏବଂ ଏକ କନ୍ୟା ସନ୍ତାନର ପିତା ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe