କାହିଁକି ନାହିଁ ଆମର ନାମ: ସ୍ଥାନୀୟ ନେତାଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ

Advertisment

କାହିଁକି ନାହିଁ ଆମ ନେତାଙ୍କ ନାମ? କିଛି ଏମିତି କହି ଉଦଘାଟନ ହେଉ ହେଉ ଫଳକ ଭାଙ୍ଗିଲେ ସମର୍ଥକ | ବାସ୍ତବରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି |

କାହିଁକି ନାହିଁ ଆମ ନେତାଙ୍କ ନାମ? କିଛି ଏମିତି କହି ଉଦଘାଟନ ହେଉ ହେଉ ଫଳକ ଭାଙ୍ଗିଲେ ସମର୍ଥକ | ବାସ୍ତବରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି |

AAAA

saintala Photograph: (photo: sambad.in)

ସଇଁତଳା: କାହିଁକି ନାହିଁ ଆମ ନେତାଙ୍କ ନାମ? କିଛି ଏମିତି କହି ଉଦଘାଟନ ହେଉ ହେଉ ଫଳକ ଭାଙ୍ଗିଲେ ସମର୍ଥକ | ବାସ୍ତବରେ ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଥିଲେ |

ଫଳକରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ନାମ ନ ଥିବାରୁ ଫଳକକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି | କିଛି ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଫଳକ ଭାଙ୍ଗି ଦେଇଥିଲେ |

ଯାହାକୁ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା ଲାଗି ରହିଥିଲା | କାହିଁକି ସ୍ଥାନୀୟ ବ୍ଲକ ଅଧକ୍ଷ ଓ ସରପଞ୍ଚଙ୍କ ନାମ ଦିଆଗଲା ନାହିଁ ଓ ଅନ୍ୟ ବ୍ୟକ୍ତିଙ୍କ ନାମ କାହିଁକି ରହିଲା ବୋଲି ସମର୍ଥକମାନେ କହିଥିଲେ | ସେଥିପାଇଁ ସମର୍ଥକମାନେ ବସଷ୍ଟାଣ୍ଡର ଉଦଘାଟନ ହେବା ମାତ୍ରେ ସାଙ୍ଗେ ସାଙ୍ଗେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe