ବିହାର ଶିଶୁ ମୃତ୍ୟୁ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ: ୧୦ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

Advertisment
ଅଯୋଧ୍ୟା ଜମି ବିବାଦ ମାମଲା: ଅଗଷ୍ଟ ଦୁଇ ତାରିଖରେ ମୁକ୍ତ ଅଦାଲତରେ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

Image Source: Deccan Herald

ନୂଆଦିଲ୍ଲୀ: ବିହାର ଶିଶୁ ମୃତ୍ୟୁ ମାମଲାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ଏହା ଉପରେ ଆଜି ଶୁଣାଣି କରି ଆସନ୍ତା ୧୦ ଦିନ ଭିତରେ ଜବାବ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସ୍ବାସ୍ଥ୍ୟସେବା, ପୁଷ୍ଟିକର ଖାଦ୍ୟ ଓ  ପରିଚ୍ଛନ୍ନତାରସ୍ତର କିଭଳି ରହିଛି  ସେ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି । ଏହି ୩ଟି ସୁବିଧା ଉପଲବ୍ଧ ହେବା ମୌଳିକ ଅଧିକାର । ଏଣୁ ଏହା ମିଳିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

publive-image photo-jansatta

ଏହି  ମୌଳିକ ଅଧିକାର ଉପଲବ୍ଧ କରାଇବା ଲାଗି କୌଣସି ଯୋଜନା ଲାଗୁ ହୋଇଛି କି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ଥମିବାର ନା ନେଉନାହିଁ । ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୪୦ ଟପିଲାଣି । ତେଣୁ ଏହା ଉପରେ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ବିଚାର କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା । ବିହାର ସରକାରଙ୍କୁ ସ୍ବାସ୍ଥ୍ୟସେବା ସୁବିଧା ସୁଯୋଗ ବୃଦ୍ଧି ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା । ତା’ସହ କେନ୍ଦ୍ର ସରକାରଙ୍କୁ  ମଧ୍ୟ ଏ ଦିଗରେ ପଦକ୍ଷେପ  ନେବା ପାଇଁ କୁହାଯାଇଥିଲା। ଗତ ବୁଧବାର ଏହା ଉପରେ ଆବେଦନ ହୋଇଥିଲା  ଏବଂ କୋର୍ଟ ଆଜି ଶୁଣାଣି କରିବାକୁ ସ୍ଥିର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe