ଇତିହାସରେ ପ୍ରଥମ; ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେଲା ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂ

Advertisment
ଇତିହାସରେ ପ୍ରଥମ; ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେଲା ମାମଲା ଶୁଣାଣିର ଲାଇଭ୍‌ ଷ୍ଟ୍ରିମିଂ

The Hindu

ନୂଆଦିଲ୍ଳୀ:  ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ଲାଗି ଆଜି ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଛି । ୩ଟି ପୃଥକ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟଧାରାର ଷ୍ଟ୍ରିମିଂ webcast.gov.in/scindia/ରେ ହେଉଛି।

ଭାରତର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଅର୍ଥନୈତିକ ଦୁର୍ବଳ ‌ଶ୍ରେଣୀ (ଇଡବ୍ଲୁଏସ୍‌) ଲାଗି କୋଟା ମାମଲାର ଶୁଣାଣି ହେଉଥିବା ବେଳେ ଏହି ମାମଲା ୧୦୩ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଞ୍ଚ୍‌ କରୁଛି।

ସେହିପରି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାରେ ଉପୁଜିଥିବା ବିଭାଜନ ଉପରେ ଶୁଣାଣି ହେଉଛି।

ସେହିପରି ଜଷ୍ଟିସ୍‌ ଏସ୍‌କେ କୌଲ୍‌ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅଲ୍‌ ଇଣ୍ଡିଆ ବାର୍‌ ପରୀକ୍ଷା ବୈଧତା ସମ୍ବନ୍ଧୀୟ ମାମଲାର ଶୁଣାଣି କରିବେ।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ସାମ୍ବିଧାନିକ ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ମାମଲାର ଅଦାଲତ ପ୍ରକ୍ରିୟାର ଲାଇଭ୍‌ ଷ୍ଟ୍ରିମିଂକୁ ଅନୁମତି ଦେଇ କହିଥିଲେ ଯେ ଏହି ଖୋଲାପଣ ’ସୂର୍ଯ୍ୟକିରଣ’ ପରି, ଯାହା ’ସର୍ବୋତ୍ତମ ଜୀବାଣୁନାଶକ’। ଏହା ଏକ ପାଇଲଟ୍‌ ପ୍ରକଳ୍ପ ଭାବରେ ରହିଥିଲା। କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ମାମଲା ଯାହା ସାମ୍ବିଧାନିକ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ସମ୍ବିଧାନ ବେଞ୍ଚ ସମ୍ମୁଖରେ ଯୁକ୍ତି କରାଯାଉଛି, ତାହାର ଲାଇଭ୍‌ ଷ୍ଟ୍ରିମିଂ କରାଯିବା ଉଚିତ୍‌।

ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ପୂର୍ବରୁ ପରାମର୍ଶ ଦେଇଥିଲେ ଯେ ମୁଖ୍ୟ ବିଚାରପତିଙ୍କ ଅଦାଲତରେ ଗୁରୁତ୍ୱପୂର୍ଣ୍ଣ ମାମଲାର ଲାଇଭ୍‌ ଷ୍ଟ୍ରିମିଂ ପାଇଲଟ୍‌ ଆଧାରରେ ଆରମ୍ଭ କରାଯାଇ ପାରିବ।  ପାଇଲଟ ପ୍ରକଳ୍ପର ସଫଳତା ଉପରେ ନିର୍ଭର କରି ଏହି ପ୍ରକ୍ରିୟା ଅନ୍ୟ ଅଦାଲତ କୋଠରୀରେ ମଧ୍ୟ ଗ୍ରହଣ କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe