Advertisment

Supreme Court reprimands Meta over WhatsApp data privacy :ଭାରତୀୟମାନଙ୍କୁ ଶିକାର ହେବାକୁ ଦେବୁ ନାହିଁ: ହ୍ୱାଟ୍ସଆପ୍ ଡାଟା ଗୋପନୀୟତା ଉପରେ ମେଟାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Advertisment

ସୁପ୍ରିମକୋର୍ଟ ମେଟା ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଲୋକଙ୍କ ଗୋପନୀୟତା ସହିତ ହେରଫେରକୁ ଏହା ସହ୍ୟ କରାଯିବ ନାହିଁ। ବାଣିଜ୍ୟିକ ଲାଭ ପାଇଁ ଡାଟା ସେୟାରିଂର ବ୍ୟବହାରକୁ କୋର୍ଟ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ମେଟା ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଲୋକଙ୍କ ଗୋପନୀୟତା ସହିତ ହେରଫେରକୁ ଏହା ସହ୍ୟ କରାଯିବ ନାହିଁ। ବାଣିଜ୍ୟିକ ଲାଭ ପାଇଁ ଡାଟା ସେୟାରିଂର ବ୍ୟବହାରକୁ କୋର୍ଟ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି।

Supreme-Court-of-India

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମେଟା ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଲୋକଙ୍କ ଗୋପନୀୟତା ସହିତ ହେରଫେରକୁ ଏହା ସହ୍ୟ କରାଯିବ ନାହିଁ। ବାଣିଜ୍ୟିକ ଲାଭ ପାଇଁ ଡାଟା ସେୟାରିଂର ବ୍ୟବହାରକୁ କୋର୍ଟ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ତଥ୍ୟ ସେୟାରିଂ ମାମଲାର ଶୁଣାଣି କରି ମେଟାକୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନାର ବାଣିଜ୍ୟିକ ବ୍ୟବହାରକୁ ଅନୁମତି ଦିଆଯିବ ନାହିଁ। ଶୁଣାଣି ସମୟରେ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି ଯେ,ଏହି ଅଦାଲତ ଜନସାଧାରଣଙ୍କ ପାଇଁ, କୋଟି କୋଟି ଟଙ୍କା ମୂଲ୍ୟର କୌଣସି ଅନ୍ତର୍ଜାତୀୟ ନିଗମ ପାଇଁ ନୁହେଁ। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି, ନାଗରିକଙ୍କ ଗୋପନୀୟତା ଏକ ମୌଳିକ ଅଧିକାର । ଏହା ସହିତ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ।

ଜଟିଳ ଓ ଚତୁର ନିୟମ

ଶୁଣାଣି ସମୟରେ, ସିଜେଆଇ ସୂର୍ଯ୍ୟକାନ୍ତ ମେଟାର କାର୍ଯ୍ୟଶୈଳୀ ଓ ସର୍ତ୍ତାବଳୀ ବିଷୟରେ କଡ଼ା ପ୍ରଶ୍ନ ଉଠାଇଥିଲେ। ସେ ମେଟାକୁ ପଚାରିଥିଲେ ଯେ, ତଥ୍ୟ ସେୟାର କରିବାକୁ ଚାହୁଁନଥିବା ବ୍ୟବହାରକାରୀଙ୍କ ପାଇଁ ଅପ୍ଟ-ଆଉଟ୍ ବିକଳ୍ପ ପ୍ରଦାନ କରିବେ କି? ଏକ ବ୍ୟବହାରିକ ଉଦାହରଣ ଦେଇ ଏହି ପ୍ରକ୍ରିୟାର ଜଟିଳତା ଉପରେ ପ୍ରଶ୍ନ ଉଠାଇ ସେ ପଚାରିଥିଲେ, ରାସ୍ତା ପାର୍ଶ୍ୱରେ ଫଳ ବିକ୍ରୟ କରୁଥିବା ଜଣେ ସରଳ ମହିଳା ଏହି କଷ୍ଟକର ନିୟମ ଓ ସର୍ତ୍ତାବଳୀ କିପରି ବୁଝିପାରିବେ? କୋର୍ଟ କହିଛନ୍ତି,ମେଟାର ଶବ୍ଦଗୁଡ଼ିକ କଷ୍ଟକର ଓ ଜଟିଳ ଭାଷାରେ ଲେଖାଯାଇଛି। ଆଇନ ବିଶେଷଜ୍ଞମାନେ ମଧ୍ୟ ସେଗୁଡ଼ିକୁ ସହଜରେ ବୁଝିପାରିବେ ନାହିଁ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋର୍ଟ ଏହାକୁ ଏକ ପ୍ରକାରର ପାଇରେସି। ବୋଲି କହିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ଏହାକୁ ଅନୁମତି ଦିଆଯିବ ନାହିଁ। କୋର୍ଟ କହିଛନ୍ତି, ବ୍ୟବହାରକାରୀମାନେ ଏହି ଆପ୍ସ ପ୍ରତି ଆଶକ୍ତ ହୋଇଗଲେଣି। ତେଣୁ କମ୍ପାନି ଏହି ବାଧ୍ୟବାଧକତାର ସୁଯୋଗ ନେଉଛି।

ଭାରତୀୟଙ୍କୁ ଶିକାର କରାଯାଇପାରିବ ନାହିଁ

କୋର୍ଟ ଚିନ୍ତା ପ୍ରକାଶ କରି କହିଛନ୍ତି, ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ତଥ୍ୟ ପୂର୍ବରୁ ଅପବ୍ୟବହାର କରାଯାଇଛି। ଶୁଣାଣି ସମୟରେ, ମେଟାର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଅଖିଲ ସିବଲ ଯୁକ୍ତି ଦେଇଥିଲେ ଯେ, ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ସୀମିତ ତଥ୍ୟ ସେୟାରିଂକୁ ଅନୁମତି ଦିଆଯାଇପାରିବ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହାର କଡ଼ା ଜବାବ ଦେଇ କହିଥିଲେ, ଯଦି ଆପଣ ତଥ୍ୟର କୌଣସି ଅଂଶ ବିକ୍ରୟ ଯୋଗ୍ୟ ପାଆନ୍ତି, ତେବେ ଆପଣ ତାହାକୁ ବିକ୍ରୟ କରିବେ। ଭାରତୀୟ ଗ୍ରାହକମାନେ ସ୍ୱରହୀନ। ସେମାନଙ୍କର କୌଣସି ସ୍ୱର ନାହିଁ। ଏଭଳିସ୍ଥଳେ ଆପଣ ସେମାନଙ୍କର ଶିକାର କରିପାରିବେ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି, ତଥ୍ୟ ସୁରକ୍ଷା କେବଳ ଏକ ନୀତିଗତ ପ୍ରସଙ୍ଗ ନୁହେଁ, ବରଂ ଲକ୍ଷ ଲକ୍ଷ ଭାରତୀୟଙ୍କ ଅଧିକାରର ବିଷୟ। ଯାହାକୁ କୌଣସି ଅନ୍ତର୍ଜାତୀୟ କମ୍ପାନିର ଲାଭ ପାଇଁ ବଳିଦାନ ଦିଆଯାଇପାରିବ ନାହିଁ।

ଆମ ସମ୍ବିଧାନକୁ ଅନୁସରଣ ନକଲେ ଦେଶ ଛାଡିଦିଅ

ଶୁଣାଣି ସମୟରେ ଖଣ୍ଡପୀଠ ଏକ କଡ଼ା ଟିପ୍ପଣୀ ଦେଇ କହିଛନ୍ତି, ତଥ୍ୟ ସେୟାରିଂ ନାମରେ ଦେଶର ଗୋପନୀୟତାକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି, କମ୍ପାନିଗୁଡ଼ିକର ଗୋପନୀୟତା ସର୍ତ୍ତାବଳୀ ଏତେ ଜଟିଳ ଓ ଚତୁର ଯେ, ସାଧାରଣ ବ୍ୟକ୍ତି ସେଗୁଡ଼ିକୁ ସହଜରେ ବୁଝିପାରିବେ ନାହିଁ। ଯାହା ବ୍ୟକ୍ତିଗତ ସୂଚନା ପାଇବାର ଏକ ବୈଧ ଉପାୟ ପାଲଟିଛି। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଆପଣ ଆମର ସମ୍ବିଧାନକୁ ଅନୁସରଣ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ। ଆମେ ନାଗରିକଙ୍କ ଗୋପନୀୟତାକୁ କ୍ଷୁର୍ଣ୍ଣ ହେବାକୁ ଦେବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe