DNA India
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ କୁମାର ପ୍ରଭୁ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ରୁ କିଛି ପୋଷ୍ଟ୍ ଆପେ ଆପେ ଡିଲିଟ୍ ହୋଇଯାଉଛି। କେବଳ ପୋଷ୍ଟ ନୁହେଁ, ତାଙ୍କର କିଛି ବନ୍ଧୁ ମଧ୍ୟ ଆପେ ଆପେ ଅନ୍ଫଲୋ ହୋଇ ଯାଉଛନ୍ତି ବୋଲି ସେ ଅଭିଯୋଗ ଆଣି କହିଛନ୍ତି। ତାଙ୍କର ଏହି ସମସ୍ୟାରେ ସେ ଟ୍ଵିଟର୍ର ହସ୍ତକ୍ଷେପ ଚାହିଁ ସମାଧାନ ଦାବି କରିଛନ୍ତି।
ପ୍ରଭୁ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ମୋର ପ୍ରିୟ ବନ୍ଧୁ ଗଣ, ମୋ ଟାଇମ୍ଲାଇନ୍ରେ ଥିବା ଆପଣମାନଙ୍କ ଅନେକ ପୋଷ୍ଟ୍ ଆପେ ଆପେ ଡିଲିଟ୍ ହୋଇ ଯାଇଥିବାର ମୁଁ ଜାଣିବାକୁ ପାଇଲି। ଏଥିରେ ହସ୍ତକ୍ଷେପ କରିବକୁ ମୁଁ ଟ୍ଵିଟ୍ରକୁ ନିବେଦନ କରିବି। ଏବେ ଆହୁରି ବି ଜାଣିବାକୁ ପାଇଲି ଯେ କିଛି ଫଲୋର୍ସ ବି ଡିଲିଟ୍ ହୋଇ ଯାଇଛନ୍ତି। ଆଶା କରୁଛି ମୋ ବନ୍ଧୁମାନେ ଏହାକୁ ବୁଝିବେ। ଏହା ମୋ ଅଜାଣତରେ ଘଟିଛି।’
Follow Us