Suryakumar Century: ସୂର୍ଯ୍ୟକୁମାରଙ୍କ ନିଆରା ଶତକ

Advertisment

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଘଟଣା ବହୁଳ ସୀମିତ ଓଭର କ୍ରିକେଟ୍‌ ଜୀବନରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ଅବସରରେ ଚତୁର୍ଥ ଭାରତୀୟ ଭାବେ ସେ ୧୦୦ କିମ୍ବା ତାଠାରୁ ଅଧିକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାର ଗୌରବ ଅର୍ଜନ କରିଛନ୍ତି

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଘଟଣା ବହୁଳ ସୀମିତ ଓଭର କ୍ରିକେଟ୍‌ ଜୀବନରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ଅବସରରେ ଚତୁର୍ଥ ଭାରତୀୟ ଭାବେ ସେ ୧୦୦ କିମ୍ବା ତାଠାରୁ ଅଧିକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାର ଗୌରବ ଅର୍ଜନ କରିଛନ୍ତି

surya1

ଇନ୍ଦୋର: ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଘଟଣା ବହୁଳ ସୀମିତ ଓଭର କ୍ରିକେଟ୍‌ ଜୀବନରେ ସଫଳତାର ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ ଅବସରରେ ଚତୁର୍ଥ ଭାରତୀୟ ଭାବେ ସେ ୧୦୦ କିମ୍ବା ତାଠାରୁ ଅଧିକ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ୩୫ବର୍ଷୀୟ ସୂର୍ଯ୍ୟକୁମାର ଏଥିସହିତ ହିଟ୍‌ମ୍ୟାନ୍ ରୋହିତ ଶର୍ମା (୧୫୯ ମ୍ୟାଚ୍‌), ହାର୍ଦିକ ପାଣ୍ଡ୍ୟା (୧୨୫ ମ୍ୟାଚ୍‌) ଓ ବିରାଟ କୋହଲି (୧୨୫ ମ୍ୟାଚ୍‌)ଙ୍କୁ ନେଇ ଗଠିତ ଏଲିଟ୍ କ୍ଲବ୍‌ରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବାଧିକ ଟ୍ବେଣ୍ଟି-୨୦ ଖେଳିବାର ରେକର୍ଡ ‌ରୋହିତଙ୍କ ନାଁରେ ରହିଛି। 

ସୂର୍ଯ୍ୟ ଏବେ ୧୦୦ ଟ୍ବେଣ୍ଟି-୨୦ ଖେଳି ୯୩ ପାଳିରୁ ୩୫.୨୯ ହାରରେ ୨୭୮୮ ରନ୍‌ କରିଛନ୍ତି। ସେଥିମଧ୍ୟରେ ରହିଛି ଚାରିଟି ଶତକ ଓ ୨୧ ଅର୍ଦ୍ଧଶତକ। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍‌ ହାସଲ କରିବା ଭାରତୀୟ ତାଲିକାରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି। ଗତ କିଛି ମାସ ହେବ ଏହି ଷ୍ଟାଇଲିସ୍‌ ଡାହାଣହାତୀ ବ୍ୟାଟର୍‌ ଖରାପ ଫର୍ମ ଦେଇ ଗତି କରି ଆସୁଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଲଢ଼େଇରେ ୨୨ ବଲ୍‌ରୁ ୩୨ ରନ୍‌ କରି ଫର୍ମକୁ ଫେରିବାର ସମ୍ୟକ ସୂଚନା ଦେଇଛନ୍ତି। ସେଥିମଧ୍ୟରେ ସେ ଚାରିଟି ଚୌକା ଓ ଗୋଟିଏ ଦର୍ଶନୀୟ ଛକା ମାରିଥିଲେ। ଏହା ପୂର୍ବରୁ ସୂର୍ଯ୍ୟ ୧୯ ପାଳି ଖେଳି ୧୩.୬୨ର ଅତ୍ୟନ୍ତ ନୈରାଶ୍ୟଜନକ ହାରହା‌ରି ସହ ମାତ୍ର ୨୧୮ ରନ୍‌ କରିଥିଲେ। ସେଥିମଧ୍ୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍‌ ଥିଲା କେବଳ ୧୨୩.୧୬। ସେହିଭଳି ଗତବର୍ଷ ସେ ଗୋଟିଏ ‌ହେଲେ ବି ଅର୍ଦ୍ଧଶତକ ଅର୍ଜନ କରିପାରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe