ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାକୁ କମ୍ କରିବା ଓ ଆମେରିକା ସହ ବାଣିଜ୍ୟ ସମ୍ପର୍କକୁ ମଜଭୁତ କରିବା ଲାଗି କେନ୍ଦ୍ର ସରକାର ଏକ ବ୍ୟାପକ ବାଣିଜ୍ୟ ରାଜିନାମା ବିଷୟରେ ଗତବର୍ଷରୁ ଆଲୋଚନା କରୁଥିଲେ ମଧ୍ୟ ତାହା ସଫଳ ହେଉନାହିଁ। ଚଳିତ ବର୍ଷ ଆମେରିକା ସହ ରାଜିନାମା ହୋଇଯିବ ବୋଲି ସର୍ଭେ ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ଆମେରିକା ସହ ରାଜିନାମା ହେବା ପରେ ଅନ୍ତର୍ଜାତୀୟ ସ୍ତରରେ ସାମ୍ନା କରାଯାଉଥିବା ଅନିଶ୍ଚିତତା ହ୍ରାସ ପାଇବ ବୋଲି କୁହାଯାଇଛି।
ଆହୁରି ପଢନ୍ତୁ: Silver Price Hits Record: ରାଜ୍ୟସଭାରେ ଉଠାଯାଇଛି ରୁପା ପ୍ରସଙ୍ଗ, ଗତ ୧୦ ଦିନରେ ୧ ଲକ୍ଷ ଟଙ୍କା ବୃଦ୍ଧି ପାଇଛି ରୁପା
ଗତବର୍ଷ ମାର୍ଚ୍ଚ ପରଠାରୁ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନେଇ ଆଲୋଚନା ହେଉଛି। ଛଅ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ରାଜିନାମାର କୌଣସି ବାଟ ଦେଖାଯାଉନାହିଁ। ଭାରତର କୃଷିଜାତ ଓ ଦୁଗ୍ଧଜାତ ବଜାରରେ ପ୍ରବେଶ କରିବାକୁ ଆମେରିକା ଜିଦ୍ ଧରିଥିବା ବେଳେ ଚାଷୀଙ୍କ ସ୍ବାର୍ଥ ସହ କୌଣସି ସାଲିସ କରାଯିବ ନାହିଁ ବୋଲି ଭାରତ ରୋକ୍ଠୋକ୍ ଶୁଣାଇଛି।
ଗତବର୍ଷ ଡିସେମ୍ବରରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ଆସି ବାଣିଜ୍ୟ ରାଜିନାମା ସମ୍ପର୍କରେ ଆଲୋଚନା କରିଥିଲେ। ଗତବର୍ଷ ଅଗଷ୍ଟରୁ ଆମେରିକା ସରକାର ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପାଲଟା ଶୁଳ୍କ ଆକାରରେ ୨୫ ପ୍ରତିଶତ ଓ ରୁଷରୁ ଅଶୋଧିତ ତେଲ କିଣୁଥିବାରୁ ଜରିନାମା ବାବଦରେ ଆଉ ୨୫ ପ୍ରତିଶତ ଶୁଳ୍କ ଭାବେ ମୋଟ୍ ୫୦ ପ୍ରତିିଶତ ଶୁଳ୍କ ଲାଗୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/29/ind-us-trade-12-3-2025-2026-01-29-16-43-45.jpg)