ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ

ଶରଧାବାଲିରେ ପହଂଚିଛି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ | ଅନ୍ୟପଟେ ଶରଧାବାଲି ଅଭିମୁଖେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଗଡୁଛି | ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ରଥ ଲାଗିଥିବାବେଳେ ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ |

502026a8-ad51-4dca-b971-a5e47411a87e

ପୁରୀ: ଶରଧାବାଲିରେ ପହଂଚିଛି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ | ଅନ୍ୟପଟେ ଶରଧାବାଲି ଅଭିମୁଖେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଗଡୁଛି | ଗୁଣ୍ଡିଚା ମନ୍ଦିର ଆଗରେ ତାଳଧ୍ୱଜ ରଥ ଲାଗିଥିବାବେଳେ ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ | ବଡ଼କଥା ଯେ ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ମୋଡ଼ ନେଇଥିଲା। ଫାଳି ଲାଗିବା ପରେ ବି ବିଶେଷ ପରିବର୍ତ୍ତନ ହୋଇ ନଥିଲା।

 ସ୍ଥିତି ଏତେ ଗମ୍ଭୀର ହେଲା ଯେ ରାଜନଅର ଛୁଇଁବା ବେଳକୁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଇଥିଲା। ଆରମ୍ଭରୁ ମୋଡ଼ ନେଇଥିଲା, ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ତେବେ ଆଜି ସେଭଳି କୌଣସି ସମସ୍ୟା ହୋଇନଥିଲା | ଆଜି ସୁରୁଖୁରୁରେ ଯାଇ ଗୁଣ୍ଡିଚା ମନ୍ଦିର ଆଗରେ ପହଂଚିଛି |

ଅନ୍ୟପଟେ ରଥଯାତ୍ରାର ସୁପରିଚାଳନା ନେଇ ବଡ଼ଦାଣ୍ଡରେ ଚାଲି ଚାଲି ରଥଟଣା ତଦାରଖ କରିଛନ୍ତି ଆଇନ ମନ୍ତ୍ରୀ | ଅନ୍ୟପଟେ ରଥଟଣା ବିଳମ୍ବ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ମହାପ୍ରଭୁଙ୍କ ନିଜ ଇଚ୍ଛାରେ ରଥଯାତ୍ରା ଚାଲିଛି | ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ରାଜନୀତି ନ ହେଉ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe