ଯୋବ୍ରା ବୋଟିଂ କ୍ଲବ ନିକଟରେ ବଡ଼ ଧରଣର ଗଣ୍ଡଗୋଳ

ଯୋବ୍ରା ବୋଟିଂ କ୍ଲବ ନିକଟରେ ସୋମବାର ରାତିରେ ବଡ଼ ଧରଣର ଗଣ୍ଡଗୋଳ ହୋଇଛି । ଦୁଇ ଯୁବଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏଥିଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

Untitled

କଟକ: ଯୋବ୍ରା ବୋଟିଂ କ୍ଲବ ନିକଟରେ ସୋମବାର ରାତିରେ ବଡ଼ ଧରଣର ଗଣ୍ଡଗୋଳ ହୋଇଛି । ଦୁଇ ଯୁବଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ରାତି ପ୍ରାୟ ସାଢେ ୮ଟାରେ ଏକାଧିକ ବାଇକରେ କିଛି ଯୁବକ ଆସି ବୋଟି କ୍ଲବ ସମ୍ମୁଖ ରାସ୍ତାରେ ଅନ୍ୟ ଦୁଇ ଯୁବକକୁ ଅଟକାଇଥିଲେ । ସେଠାରେ ପରସ୍ପର ଭିତରେ ଗାଳିଗୁଲଜ ହେବା ପରେ ହାତାହାତି ହୋଇଥିଲେ। ପ୍ରାୟ ୮ରୁ ୧୦ ଜଣ ଯୁବକ ପରସ୍ପର ଭିତରେ ମାରପିଟ ହୋଇଥିଲେ । ଏଥିଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯୋବ୍ରା ବୋଟିଂ କ୍ଲବ ନିକଟରେ ସୋମବାର ରାତିରେ ବଡ଼ ଧରଣର ଗଣ୍ଡଗୋଳ ହୋଇଛି । ଦୁଇ ଯୁବଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ରାତି ପ୍ରାୟ ସାଢେ ୮ଟାରେ ଏକାଧିକ ବାଇକରେ କିଛି ଯୁବକ ଆସି ବୋଟି କ୍ଲବ ସମ୍ମୁଖ ରାସ୍ତାରେ ଅନ୍ୟ ଦୁଇ ଯୁବକକୁ ଅଟକାଇଥିଲେ । ସେଠାରେ ପରସ୍ପର ଭିତରେ ଗାଳିଗୁଲଜ ହେବା ପରେ ହାତାହାତି ହୋଇଥିଲେ। ପ୍ରାୟ ୮ରୁ ୧୦ ଜଣ ଯୁବକ ପରସ୍ପର ଭିତରେ ମାରପିଟ ହୋଇଥିଲେ । ଏଥିଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଖବର ପାଇ ମାଲଗୋଦାମ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ପୁଲିସକୁ ଦେଖି ଭିଡ଼ ଭିତରେ ଉପଦ୍ରବକାରୀ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ମାରପିଟ କରୁଥିବା ଯୁବକମାନେ କଲେଜ ଛାତ୍ର ହୋଇଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କେହି ଥାନାରେ ଏତଲା ଦେଇନଥିବା ଥାନା ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe