କରୋନା ସହ ଲଢୁଛି ନବଜାତ ଶିଶୁ, ଭାବପ୍ରବଣ ହୋଇ ମାଆ କହିଲେ...

Advertisment
କରୋନା ସହ ଲଢୁଛି ନବଜାତ ଶିଶୁ, ଭାବପ୍ରବଣ ହୋଇ ମାଆ କହିଲେ...

bbc

ଲଣ୍ଡନ: ମହାମାରୀ କରୋନା ଭାଇରସ୍‌ ଦ୍ବାରା ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗର ଲୋକେ ଆକ୍ରାନ୍ତ ହେଉଛନ୍ତି। ଇଂଲଣ୍ଡର ଲାନାର୍କସାୟାର୍‌ରେ ଥିବା ଏକ ହସ୍ପିଟାଲ୍‌ରେ ଜନ୍ମ ଲାଭ କରିଥିବା ଏକ ଅପରିପକ୍ବ ଶିଶୁକୁ ମଧ୍ୟ ଏହି ଭାଇରସ୍‌  ଆକ୍ରାନ୍ତ କରିଥିବା ସୂଚନା ରହିଛି।

ଶିଶୁଟିର ନାମ ପେଟନ୍‌। ଜାଣିବାକୁ ମିଳିଛି ଯେ ଶିଶୁଟି ଜନ୍ମ ହେବାର ୩ ସପ୍ତାହ ମଧ୍ୟରେ କ‌ୋଭିଡ୍‌-୧୯ ଦ୍ବାରା ଆକ୍ରାନ୍ତ ହୋଇଛି। ଶିଶୁଟି ମାର୍ଚ ୨୬ ତାରିଖରେ ଜନ୍ମଲାଭ କରିଥିବା ସୂଚନା ରହିଛି।

ପେଟନ୍‌ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖା ଦେବାରୁ ପରିବାର ଲୋକ ତାକୁ ହସ୍ପିଟାଲ୍‌କୁ ନେଇ ଯାଇଥିଲେ ଓ ହସ୍ପିଟାଲ୍‌ରେ ସେ କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଜାଣିବାକୁ ମିଳିଥିଲା।

ନିଜ ନବଜାତ ଶିଶୁ  କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଶିଶୁଟିର ମାଆ କହିଥିଲେ କି, ‘ଡାକ୍ତରମାନେ କହୁଛନ୍ତି କି ସେ ଭଲ ଅଛି, ଭୟ କରିବାର କୌଣସି କାରଣ ନାହିଁ। ମାତ୍ର ମୋତେ ଲାଗୁଛି ଯେ ସେମାନେ ‌ମୋତେ ଶାନ୍ତ ରଖିବା ପାଇଁ ଏପରି କହୁଛନ୍ତି। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ କେଉଁ କାରଣକୁ ନେଇ ସେ ଭାଇରସ୍‌ ଦ୍ବାରା ସଂକ୍ରମିତ ହେଲା? ଏହି ଭାଇରସ୍‌ ସହ ସେ ଲଢ଼ିବ କିପରି, ଯାହାକୁ ନେଇ ସେ ପୂରା ଅଜ୍ଞ?’

ମାତ୍ର ଆପଣମାନେ ଜାଣିଲେ ଖୁସି ହେବେ ଯେ ଶିଶୁଟି ଏବେ ପୂରା ସୁସ୍ଥ। ସେ କରୋନାକୁ ହରାଇ ପାରିଛି। ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନଙ୍କ ଉତ୍ତମ ଯତ୍ନ ହେତୁ ନବଜାତକଟି ଭାଇରସ୍‌ ମୁକ୍ତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe