ପଡ଼ୋଶୀ ଘରେ ତାଲା ପକାଇ ୨ଜଣଙ୍କ ଘରୁ ଚୋରି କଲେ ଦୁର୍ବୃତ୍ତ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବେତା ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ସୁନା,ରୁପା ଅଳଂକାର ସମେତ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ଆଳି ଥାନାରେ  ଅଭିଯୋଗ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବେତା ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ସୁନା,ରୁପା ଅଳଂକାର ସମେତ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ଆଳି ଥାନାରେ  ଅଭିଯୋଗ ହୋଇଛି।

Aul loot

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବେତା ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଜଣଙ୍କ ଘରୁ ସୁନା,ରୁପା ଅଳଂକାର ସମେତ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ବେତା ଗ୍ରାମର ନୀଳାଦ୍ରି ଭୂଷଣ ମହାପାତ୍ରଙ୍କ ପରିବାରରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ପଛପଟ କବାଟ ତାଡ଼ି ଘର ଭିତରକୁ ପ୍ରବେଶ କରିଥିଲେ। ଘରେ ଥିବା ୫ଟି ଗଡରେଜର ଲକର ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଲୁଟିନେଇ ନେଇଛନ୍ତି।

ବେତା ଗ୍ରାମର ନୀଳାଦ୍ରି ଭୂଷଣ ମହାପାତ୍ରଙ୍କ ପରିବାରରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ପଛପଟ କବାଟ ତାଡ଼ି ଘର ଭିତରକୁ ପ୍ରବେଶ କରିଥିଲେ। ଘରେ ଥିବା ୫ଟି ଗଡରେଜର ଲକର ଭାଙ୍ଗି ସୁନା ଓ ରୂପା ଅଳଙ୍କାର ଲୁଟିନେଇ ନେଇଛନ୍ତି। ସେହିପରି ସେହି ଗାଁର ଶୋଭାରାଣୀ ନାୟକଙ୍କ ଘରୁ ମଧ୍ୟ ନଗଦ ଟଙ୍କା ଚୋରି ହୋଇଥିବାର ଆଳିର ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଏହି ୨ ଘରୁ ଚୋରି କରିବା ପାଇଁ ପାଖ ପଡ଼ୋଶୀ ଘର ଗୁଡ଼ିକୁ ବାହାରପଟୁ ବନ୍ଦ କରିଦେଇଥିଲେ। ଗାଁ ମଝିରେ ଥିବା ଦୁଇଟି ଘରୁ ଚୋରି ହେବା ଘଟଣା ସାଧାରଣରେ ଆତଙ୍କ ଖେଳାଇ ଦେଇଛି।

ସେହିପରି ସେହି ଗାଁର ଶୋଭାରାଣୀ ନାୟକଙ୍କ ଘରୁ ମଧ୍ୟ ନଗଦ ଟଙ୍କା ଚୋରି ହୋଇଥିବାର ଆଳିର ଥାନାରେ ଅଭିଯୋଗ ହୋଇଛି। ଚୋରମାନେ ଏହି ୨ ଘରୁ ଚୋରି କରିବା ପାଇଁ ପାଖ ପଡ଼ୋଶୀ ଘର ଗୁଡ଼ିକୁ ବାହାରପଟୁ ବନ୍ଦ କରିଦେଇଥିଲେ। ଗାଁ ମଝିରେ ଥିବା ଦୁଇଟି ଘରୁ ଚୋରି ହେବା ଘଟଣା ସାଧାରଣରେ ଆତଙ୍କ ଖେଳାଇ ଦେଇଛି।

 ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଦୁଇମାସ ମଧ୍ୟରେ ଆଳିର ମୁଖ୍ୟରାସ୍ତା କଟକ -ଚାନ୍ଦବାଲି ରାସ୍ତା ପାର୍ଶ୍ବରେ ରହିଥିବା ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ସହିତ ଲଗାତାର ଭାବରେ ବିଭିନ୍ନ ମଠ,ମନ୍ଦିର ଓ ଘରୁ ଚୋରି, ଡକାୟତି ହେବା ଘଟଣାକୁ ନେଇ ସାଧାରଣରେ ଆତଙ୍କିତ ଅବସ୍ଥା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe