ବାଲିଆପାଳରେ ଚାଞ୍ଚଲ୍ୟ: ବାଲିଚତରା ସମବାୟ ସମିତି ଅଫିସରୁ ଚୋରି

Advertisment

ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଚତରା ସେବା ସମବାୟ ସମିତର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ।ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସମିତି ଭିତରେ ପଶି ଆଲମିରାର ଲକ୍ ଭାଙ୍ଗିବା ସହ ଆଇରନ ଚେସ୍ ର ଲକ୍ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ।

ଦସୌ

ବାଲିଆପାଳ: ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଚତରା ସେବା ସମବାୟ ସମିତର ତାଲା ଭାଙ୍ଗି ବିଭିନ୍ନ ଆସବାବପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ସମବାୟ ସମିତିର ସମ୍ପାଦକ ଅର୍ଜୁନ କୁମାର ଦତ୍ତ ଏବଂ ଅନ୍ୟ କର୍ମଚାରୀମାନେ ସଂଧ୍ୟାରେ ସମବାୟ ସମିତି ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ସକାଳୁ ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନେ ପହଞ୍ଚି ପଛପଟେ ଥିବା ଆଜବେଷ୍ଟସ ଏବଂ ସମସ୍ତ ତାଲା ଭଙ୍ଗା ଯାଇ ଥିବା ଦେଖିବାକୁ ପାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସମିତି ଭିତରେ ପଶି ସମସ୍ତ ଗଡ୍ରେଜ ଏବଂ ଆଲମିରାର ଲକ୍ ଭାଙ୍ଗିବା ସହ ଆଇରନ ଚେସ୍ ର ଲକ୍ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ, ଏହା ସହ ବାହାରେ ଏବଂ ଭିତରେ ଲାଗି ଥିବା ସମସ୍ତ ସିସିଟିଭିର କେବୁଲକୁ କାଟିବା ସହ ହାର୍ଡଡିସ୍କ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସମିତିର ସମ୍ପାଦକ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ବାଲିଆପାଳ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ପୁଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe