ନିଶା ଶୁଙ୍ଘାଇ, ଝରକା ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା

Advertisment

ଝରକା ତାଡ଼ି ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୧୫ ହଜାର ଟଙ୍କା l କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣାl

ଝରକା ତାଡ଼ି ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୧୫ ହଜାର ଟଙ୍କା l କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣାl

kama

କାମାକ୍ଷାନଗର: ଝରକା ତାଡ଼ି ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୧୫ ହଜାର ଟଙ୍କା l କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣାl ଗାଁର ଅଫସନା ବିବିଙ୍କ ଘରେ ବିଳମ୍ବିତ ରାତିରେ ଝରକା ତାଡ଼ି ଓ ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ହୋଇଛି ଲୁଟ୍l

ସୂଚନା ଅନୁସାରେ ଅଫସନା ବିବିଙ୍କ ଘରେ ଗତକାଲି ତାଙ୍କ ଶାଶୁ, ପିଲାଛୁଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରର ଝରକା ତାଡ଼ି ଓ ପରିବାର ଲୋକଙ୍କୁ ନିଶା ଶୁଙ୍ଘାଇ ଗୋଟିଏ ସୁନା ନେକଲେସ, ହଳିଏ ଝୁମକା, ଦୁଇ ହଳ କାନଫୁଲ, ଦୁଇଟି ମୁଦି ସମେତ ନଗଦ ୧୫ହଜାର ଟଙ୍କା ଲୁଟି ନେଇଛନ୍ତିl ସେହିପରି ଦୁଇଟା କୁମ୍ପାରେ ଥିବା କିଛି ଟଙ୍କା ମଧ୍ୟ ଲୁଟିଛନ୍ତି ଦୁର୍ବୃତ୍ତl 

ଆଜି ସକାଳୁ ପରିବାର ଲୋକ ଉଠିଵା ପରେ ଘରର ଝରକା ତାଡ଼ି ଚୋରି ହୋଇଥିବା ଦେଖି ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତିl ଅଭିଯୋଗ ଆଧାରରେ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛିl ବିଗତ କିଛି ଦିନ ମଧ୍ୟରେ କାମାକ୍ଷାନଗର ସହର ଓ ଆଖପାଖ ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ବ୍ୟାପକ ପୁଲିସ ପାଟ୍ରୋଲିଙ୍ଗ ପାଇଁ ଦାବି କରିଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe