ଯାତ୍ରା ଦେଖିବା ହେଲା କାଳ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Advertisment

ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି କଳାକନା ବୁଲାଇଲେ ଦୁବୃର୍ତ୍ତ। ନୀଳଗିରି ଥାନା ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁରେ ସଂଜୀବ କୁମାର ବେହେରାଙ୍କ ଘରେ ଘଟିଛି ଏଭଳି ଘଟଣା। ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହିତ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।

2c8c74f6-15c4-4ef0-8b1b-9698ff828c62

ନୀଳଗିରି: ସୋମବାର ରାତିରେ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ ପଶି କଳାକନା ବୁଲାଇଲେ ଦୁବୃର୍ତ୍ତ। ନୀଳଗିରି ଥାନା ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁରେ ସଂଜୀବ କୁମାର ବେହେରାଙ୍କ ଘରେ ଘଟିଛି ଏଭଳି ଘଟଣା।

ସଂଜୀବ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏସଡିଜେଏମ୍ କୋର୍ଟରେ ନାଜିର ଭାବେ କାର୍ଯ୍ୟ କରୁଥିବା ହେତୁ ସେ ଭଦ୍ରକରେ ରହୁଥିବା ବେଳେ  ଘରେ ସ୍ତ୍ରୀ ଏବଂ ପୁଅ ରୁହନ୍ତି। ପୋଡ଼ାଶୁଳର କାଳୀପୂଜା ପାଇଁ ମେଳା ଚାଲିଥିବା ବେଳେ ଯାତ୍ରା ଦେଖିବାକୁ ସୁଦୀପ୍ତା ସମ୍ପର୍କୀୟଙ୍କ ସହିତ ଘରେ ତାଲା ପକାଇ ଯାଇଥିଲେ। ଯାତ୍ରା ଅଧାରୁ ଦେଖି ଘରକୁ ଆସିବା ବେଳକୁ ଘରର ମୁଖ୍ୟ କବାଟରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସୁଦୀପ୍ତା ଘରେ ପଶି ଦେଖିଲା ବେଳକୁ ଗଡ଼ରେଜ ଚାବିକୁ ଖୋଲାଯାଇ ଏବଂ ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହିତ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ଯାତ୍ରା ଚାଲୁରହିଥିବାରୁ ଦୁର୍ବୃତ୍ତ ଏହାର ଫାଇଦା ଉଠାଉଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭୟ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe