Theft at binika post office Photograph: (sambad.in)
ବିନିକା: ଵିନିକା ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରିଛି ଚୋର I ଗତକାଲି ରାତିରେ ଥାନା ସମ୍ମୁଖ ବିନିକା ଉପ ଡାକଘରରୁ ଚୋରି ଉଦ୍ୟମ I ବିନିକା ଥାନା ସମ୍ମୁଖରେ ଥିବା ବିନିକା ଉପ ଡାକଘର ଝରକା ଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ ଭିତରକୁ ପଶିବା ସହ ୩ଟି ତାଲା ଭାଙ୍ଗି ଲକର ଭିତରକୁ ଯାଇଛନ୍ତି I ହେଲେ ପୋଷ୍ଟ ଅଫିସରେ କଣ ଚୋରି ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ I
ଆଗରୁ ୨ ଥର ଚୋରି ହୋଇଛି
ଖବର ପାଇଁ ସବ ପୋଷ୍ଟ ଅଫିସରେ ବିନିକା ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛିI ବର୍ତ୍ତମାନ ପର୍ଯ୍ୟନ୍ତ ଅଫିସ ପକ୍ଷରୁ ଲିଖିତ ଅଭିଯୋଗ ହୋଇନଥିବା ବିନିକା ଥାନା ଆଇଆଇସି ସତ୍ୟନାରାୟଣ ପ୍ରଧାନ କହିଛନ୍ତି । ଗତ ୯ ମାସ ପୂର୍ବରୁ ବିନିକା ସବ ପୋଷ୍ଟ ଅଫିସରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମ କରିଥିଲେ। ସେଥିରେ ଅଭିଯୁକ୍ତମାନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ସବ ପୋଷ୍ଟ ଅଫିସରେ ବର୍ତମାନ ପର୍ଯ୍ୟନ୍ତ ସିସିଟିଭି ଲାଗି ପାରିନାହି I ଯେଉଁଥିପାଇଁ ବାରମ୍ବାର ଥାନା ସମ୍ମୁଖରେ ଥିବା ଏଇ ସବ ପୋଷ୍ଟ ଅଫିସରେ ୨ ଥର ଚୋରି ହୋଇଛି I ଏପଟେ ଥାନା ସମ୍ମୁଖ ସବ ପୋଷ୍ଟ ଅଫିସରୁ ଚୋରି ଉଦ୍ୟମ ହେଉଥିବାରୁ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତିI
ଆହୁରି ପଢ଼ନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ
ଆହୁରି ପଢ଼ନ୍ତୁ: Bali-Jatra-Cuttack-Extended: ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Follow Us