ଚୋରି କରୁଥିଲେ ସରପଞ୍ଚ, ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ

ସରପଞ୍ଚ କରୁଥିଲେ ଚୋରି ଧରିଲେ ଗ୍ରାମବାସୀ। ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ। ଗତକାଲି ବିଳମ୍ବିତ ରାତିରେ ବଳକା ରହିଥିବା ବାଲି,ଚିପ୍ସ,ଲୁହା ପ୍ଲେଟ ଓ ବହ୍ଲାଗୁଡ଼ିକୁ ଚୋରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଗାଡ଼ିକୁ ଜବତ କରିବା ସହ ସରପଞ୍ଚଙ୍କୁ ଧରିଥିଲେ।

ଚିୀ

ନୀଳଗିରି: ସରପଞ୍ଚ କରୁଥିଲେ ଚୋରି ଧରିଲେ ଗ୍ରାମବାସୀ। ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ। ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ନୂତନ ଟାଙ୍କି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବଳକା ରହିଥିବା ବାଲି,ଚିପ୍ସ,ଲୁହା ପ୍ଲେଟ ଓ ବହ୍ଲାଗୁଡ଼ିକୁ ଚୋରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଗାଡ଼ିକୁ ଜବତ କରିବା ସହ ସରପଞ୍ଚଙ୍କୁ ଧରିଥିଲେ।

ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ନୂତନ ଟାଙ୍କି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବଳକା ରହିଥିବା ବାଲି,ଚିପ୍ସ,ଲୁହା ପ୍ଲେଟ ଓ ବହ୍ଲାଗୁଡ଼ିକୁ ଚୋରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଗାଡ଼ିକୁ ଜବତ କରିବା ସହ ସରପଞ୍ଚଙ୍କୁ ଧରିଥିଲେ। ସରପଞ୍ଚ ନିଜର ସାଥୀଙ୍କ ସହ କୌଶଳ କ୍ରମେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଥାନା ଓ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ।

ସରପଞ୍ଚ ନିଜର ସାଥୀଙ୍କ ସହ କୌଶଳ କ୍ରମେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଥାନା ଓ ସାଂସଦଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ନେଇ ସରପଞ୍ଚ ଦିଲ୍ଲୀପ ସିଂଙ୍କୁ ପଚାରିବାରୁ ସେଠାରେ କାମ ସରିଯାଇଥିଲା ଜିନିଷଗୁଡ଼ିକୁ ତଦାରଖ ପାଇଁ ଆମେ ଶୋଇଥିଲୁ। ସେ ସ୍ଥାନରୁ ଅନ୍ୟ କାର୍ଯ୍ୟସ୍ଥଳକୁ ଜିନିଷ ସ୍ଥାନାନ୍ତରିତ ପାଇଁ ଗାଡ଼ିରେ ସାମଗ୍ରୀ ଲୋଡ ହୋଇଥିଲା। ଆମକୁ କିଛି କୁଚକ୍ରୀ ଜବରଦସ୍ତି ଚୋରି କରିଥିବା ନେଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe