ବନ୍ଦ ଘରୁ ଚୋରି କରିନେଲେ ୫ ଲକ୍ଷ ଟଙ୍କାର ସୁନାଗହଣା

ଶ୍ଵଶୁର ଘରକୁ ବୁଲିବାକୁ ଯାଇଥିଲେ ଦମ୍ପତି। ଏଣୁ ଘର ବନ୍ଦ ଥିଲା। ଏହାର ସୁଯୋଗନେଇ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ତାଡ଼ି କେବଳ ସୁନାଗହଣା ଚୋରି କରି ଫେରାର ମାରିଛନ୍ତି। ଚୋରି ସୁନା ଅଳଙ୍କାରର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।

z

ରାଉରକେଲା: ଶ୍ଵଶୁର ଘରକୁ ବୁଲିବାକୁ ଯାଇଥିଲେ ଦମ୍ପତି। ଏଣୁ ଘର ବନ୍ଦ ଥିଲା। ଏହାର ସୁଯୋଗନେଇ ଦୁର୍ବୃତ୍ତ ଘର ତାଲା ଭାଙ୍ଗି ଚୋରି କରିନେଇଛନ୍ତି। ଗତ ୨୫ ତାରିଖରେ ଇଂସ୍ୟୁରାନ୍ସ କମ୍ପାନିରେ କାର୍ଯ୍ୟରତ ରାଜକିଶୋର ଜେନା ପତ୍ନୀଙ୍କ ସହ ସିମିଳିଗୁଡା ସ୍ଥିତ ଶ୍ୱଶୁର ଘରକୁ ଯାଇଥିବାବେଲେ ବାସଭବନ, ସେକ୍ଟର -୧ ବି-୨୧୧ କ୍ୱାର୍ଟର ବନ୍ଦ ଥିଲା।

ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ତାଡ଼ି କେବଳ ସୁନାଗହଣା ଚୋରି କରି ଫେରାର ମାରିଛନ୍ତି। ଚୋରି ସୁନା ଅଳଙ୍କାରର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ। ଆଜି ସକାଳୁ ରାଉରକେଲା ଫେରିଥିବା ରାଜକିଶୋର ଚୋରି ହୋଇଥିବା ଜାଣିବା ପରେ ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe