ହୋଟେଲ ମାଲିକଙ୍କ ଘରୁ ନଗଦ ୧୦ ଲକ୍ଷ ଟଙ୍କା ଓ ୨୦ ଭରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

Advertisment

ରାୟଗଡ଼ା ସହରର ନିୟୁ କଲୋନିର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ| 

ରାୟଗଡ଼ା ସହରର ନିୟୁ କଲୋନିର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ| 

vh

ରାୟଗଡ଼ା: ରାୟଗଡ଼ା ସହରର ନିୟୁ କଲୋନିର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି | ସେ ତାଙ୍କ ମା ନିଶାମଣିଙ୍କ ସହ ଆଗ ଘରେ ରହୁଥିବା ବେଳେ ପଛ ପଟ ତାଲା ପଡ଼ିଥିବା ଘରେ ଚୋରି କରିଛନ୍ତି ଦୁର୍ବୃତ୍ତ | ପଛ ଘର ମୁଖ୍ୟ କବାଟରେ ଥିବା ଗ୍ରିଲ କାଟି ପଶିଥିଲେ ଦୁର୍ବୃତ୍ତ | ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ| 

ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ସହରର ନିୟୁ କଲୋନୀର ପ୍ରଥମ ଗଳିରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରୁ ବଡ଼ ଧରଣରେ ଚୋରି ହୋଇଛି | ସେ ତାଙ୍କ ମା ନିଶାମଣିଙ୍କ ସହ ଆଗ ଘରେ ରହୁଥିବା ବେଳେ ପଛ ପଟ ତାଲା ପଡ଼ିଥିବା ଘରେ ଚୋରି କରିଛନ୍ତି ଦୁର୍ବୃତ୍ତ | ପଛ ଘର ମୁଖ୍ୟ କବାଟରେ ଥିବା ଗ୍ରିଲ କାଟି ପଶିଥିଲେ ଦୁର୍ବୃତ୍ତ | ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୨ କେଜିରୁ ଅଧିକ ରୁପା ଗହଣା ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ| 

ଆଜି ସକାଳୁ ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମା | ଅନ୍ୟ ଜାଗାରେ ଘର କାମ ଚାଲିଥିବାରୁ ଘର ମାଲିକ ସୁବ୍ରତ ନଗଦ ଟଙ୍କା  ଘର ରଖିଥିଲେ | ଏ ନେଇ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ୍ ଓ ଡଗ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ଦୁର୍ବୃତ୍ତମାନେ ଘର ପଛପଟରୁ  ଆସିଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘର ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୃତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି |

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe