ବାଲିପାଟଣାରେ ଅସୁରକ୍ଷିତ ଅବସ୍ଥାରେ ଦେବଦେବୀ: ଅଷ୍ଟଧାତୁ ଓ ସୁନାମୂର୍ତ୍ତି ଚୋରି

ବାଲିପାଟଣାର ଶିଶୁ ଅନନ୍ତଙ୍କ ପିଠ ନିକଟ ମଦନ ମୋହନ ଦେବଙ୍କ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ମନ୍ଦିରରେ ଥିବା ପ୍ରାଚୀନ  ଅଷ୍ଟଧାତୁ ମଦନମୋହନ, ପ୍ରାୟ ୨ କେଜି ଓଜନର ସୁନା ଲକ୍ଷ୍ମୀ ମୂର୍ତ୍ତି , ରାଧାକୃଷ୍ଣ , ଭୂଦେବୀ ମୂର୍ତ୍ତି ଚୋରି ନେଇ ଯାଇଛନ୍ତି  |

ଅଦ୍ୟତନ ହୋଇଛି
sbali

ବାଲିପାଟଣା: ରାଜଧାନୀ ଉପକଣ୍ଠ କମିଶନରେଟ ପୁଲିସ ଅଧୀନ ବାଲିପାଟଣାରେ ଦେବାଦେବୀ ସୁରକ୍ଷିତ ନାହାନ୍ତି | ବାରମ୍ବାର ମନ୍ଦିରରୁ ଚୋରି ହେଉଥିବା ବେଳେ ପୁଲିସ ଦେଖେଣାହାରୀ ପାଲଟିଛି | 
କିଛି ଦିନ ତଳେ ଆମଣାକୁଦ ଶନି ଦେବତାଙ୍କ ମନ୍ଦିର ଲୁଟ ପରେ ବାଲିପାଟଣା ଥାନା ଶିଶୁମଠ ସ୍ଥିତ ମଦନ ମୋହନ ଦେବଙ୍କ ମନ୍ଦିରରୁ ବହୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଛି । ତାଲା ଭାଙ୍ଗି ପ୍ରାଚୀନ ମୂର୍ତ୍ତି ସହ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଚୋର। ସ୍ଥାନୀୟ ପୁଲିସର ଅପାରଗତା ପାଇଁ ଚୋରି , ଲୁଟ, ରାହାଜାନି ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି | 

ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ  ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ପିଠ ନିକଟ ମଦନ ମୋହନ ଦେବଙ୍କ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଆଜି ସକାଳୁ ପୂଜକ ମନ୍ଦିର ପୂଜାର୍ଚ୍ଚନା କରିବାକୁ ଆସି ତାଲା ଭଙ୍ଗା ଯାଇଥିଵା ଦେଖିଥିଲେ |ମନ୍ଦିରରେ ଥିବା ପ୍ରାଚୀନ  ଅଷ୍ଟଧାତୁ ମଦନମୋହନ, ପ୍ରାୟ ୨ କେଜି ଓଜନର ସୁନା ଲକ୍ଷ୍ମୀ ମୂର୍ତ୍ତି , ରାଧାକୃଷ୍ଣ , ଭୂଦେବୀ ମୂର୍ତ୍ତି ଚୋରି ନେଇ ଯାଇଛନ୍ତି |

ସୂଚନା ଅନୁସାରେ, ବାଲିପାଟଣାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ  ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ପିଠ ନିକଟ ମଦନ ମୋହନ ଦେବଙ୍କ ମନ୍ଦିରରେ ଗତକାଲି ରାତିରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଆଜି ସକାଳୁ ପୂଜକ ମନ୍ଦିର ପୂଜାର୍ଚ୍ଚନା କରିବାକୁ ଆସି ତାଲା ଭଙ୍ଗା ଯାଇଥିଵା ଦେଖିଥିଲେ |ମନ୍ଦିରରେ ଥିବା ପ୍ରାଚୀନ  ଅଷ୍ଟଧାତୁ ମଦନମୋହନ, ପ୍ରାୟ ୨ କେଜି ଓଜନର ସୁନା ଲକ୍ଷ୍ମୀ ମୂର୍ତ୍ତି , ରାଧାକୃଷ୍ଣ , ଭୂଦେବୀ ମୂର୍ତ୍ତି ଚୋରି ନେଇ ଯାଇଛନ୍ତି  | ଏହା ସହ ଠାକୁରଙ୍କ ରୂପା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି ଚୋର | ମନ୍ଦିରରେ ଥିବା ଆଲମାରୀ ତାଲା ଭାଙ୍ଗି ଦେଇଥିଲେ ହେଲେ  ଲକର ଖୋଲିପାରି ନ ଥିଲେ ଦୁର୍ବୃତ୍ତ । ଖବର ପାଇ ବାଲିପାଟଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି | ଚୋରଙ୍କୁ ତୁରନ୍ତ ଧରିବା ପାଇଁ ସାଧାରଣରେ ଦାବି ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe