କୁଚିଣ୍ଡାରେ ସ୍ୱାସ୍ଥ୍ୟସେବା ବିପନ୍ନ, ଉପଖଣ୍ଡ ଡାକ୍ତରଖାନାରେ ୪୯ ସ୍ଥାନରେ ୧୪ ଡାକ୍ତର

କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ସଂଖ୍ୟା ୯୦୦ ଡେଇଁଥିଵା ସମୟରେ ଚିକିତ୍ସା କରିବା ପାଇଁ ସରକାର ଏଠାରେ ୪୯ ପଦବି ଅନୁମୋଦନ କରିଥିବା ସମୟରେ ମାତ୍ର ୧୯ ଜଣ ଡାକ୍ତର ଅଛନ୍ତି।

kuchinda hospital

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା। ଏହି ଡାକ୍ତରଖାନାରେ କୁଚିଣ୍ଡା ଉପଖଣ୍ଡ ସହିତ ଦେବଗଡ଼ ଜିଲ୍ଲା ତିଳେଇବଣି, ସୁନ୍ଦରଗଡ଼ ଜିଲ୍ଲା ସୋଲ ଗୁରୁଣ୍ଡିଆ, ଝାରସୁଗୁଡ଼ା ଜିଲ୍ଲା ମାଲିଡିହି ଅଂଚଳର ରୋଗୀ କୁଚିଣ୍ଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥାନ୍ତି। ମାତ୍ର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଓ ଟେକନିସିଆନ୍ ଅଭାବ ହେତୁ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। କୁଚିଣ୍ଡାର ନିର୍ବାଚିତ ପ୍ରତିନିଧି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ କୁଚିଣ୍ଡା ଡାକ୍ତରଖାନାରେ ଡାକ୍ତର ଓ ଟେକନିସିଆନ ଅଭାବ ଯୋଗୁଁ ଚିକିତ୍ସା ନ  ପାଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ଦୁଇସପ୍ତାହ ହେବ ଡାକ୍ତରଖାନାରେ ରୋଗୀ ସଂଖ୍ୟା ୯୦୦ ଡେଇଁ ଥିଵା ସମୟରେ ଚିକିତ୍ସା କରିବା ପାଇଁ ସରକାର ଏଠାରେ ୪୯ ପଦବି ଅନୁମୋଦନ କରିଥିବା ସମୟରେ ମାତ୍ର ୧୯ ଜଣ ଡାକ୍ତର ଅଛନ୍ତି। ରହିଥିବା ୧୯ ଜଣଙ୍କ ମଧ୍ୟରୁ ଜଣେ ଏସ୍ଡ଼ିଏମଓ, ୫ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଛନ୍ତି। ନାଇଟ୍ ଡିଉଟି କରୁଥିବା ଡାକ୍ତରଙ୍କ ତା ପରଦିନ ଅଫ୍ ରହୁଛି।

ମାତ୍ର ନିୟମିତ ୭/୮ ଜଣ ଡାକ୍ତର ଡାକ୍ତରଖାନା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ନିୟମିତ ୧୦୦ରୁ ଅଧିକ ରୋଗୀ ପରୀକ୍ଷା କରୁଛନ୍ତି।  ଡାକ୍ତରଖାନା ଆଉଟଡୋର ସମୟ ପରେ ମଧ୍ୟ ଡାକ୍ତରଙ୍କ ପିଛା ଛାଡ଼ୁନାହାନ୍ତି ରୋଗୀ। ଡାକ୍ତରମାନେ ମଧ୍ୟ ଖାଇବା, ପିଇବା ଏପରିକି ବିଶ୍ରାମ ମଧ୍ୟ ପାଉନାହାନ୍ତି। ସେହିପରି ଲାବରେ ମଧ୍ୟ ଗୋଟିଏ କାଉଣ୍ଟର ରହିଥିବା ଯୋଗୁଁ ପ୍ରବଳ ଭିଡ଼ ଲାଗିରହୁଛି। ବହୁ ସମୟରେ ରେ ସକାଳ ୮. ୦୦ ଟା ରେ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ଫେରି ଗାଁରେ କ୍ବାକ୍ ଡାକ୍ତରଙ୍କ ଶିକାର ହୋଇ ମୃତ୍ୟୁକୁ ନିମନ୍ତ୍ରଣ ମଧ୍ୟ ଦେଉଛନ୍ତି। ଏଣୁ ଏହି ଦିଗରେ ବିଧାୟକ ତଥା ମନ୍ତ୍ରୀ ରବି ନାଏକ ଉଚିତ ପଦକ୍ଷେପ ନ ନିଅନ୍ତି ତାହା ହେଲେ ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ଜୀବନହାନି ମଧ୍ୟ ହେବାର ସମ୍ଭାବନା ରହିଛି। ଡାକ୍ତରଖାନା ମ୍ୟାନେଜର କୁହନ୍ତି, ଆମେ କଣ କରିବୁ ଡାକ୍ତର ନାହାନ୍ତି, ନିୟମିତ ୯୦୦ ରୁ ଅଧିକ ରୋଗୀ ଚିକିତ୍ସା କରିବା ଏକ କଠିନ କାମ। ଏଣୁ ନିୟମିତ ରୋଗୀ ସଂଖ୍ୟାକୁ ଦେଖି ଏହି ଡାକ୍ତରଖାନାରେ ଡାକ୍ତର, ଟେକନିସିଆନ ସହିତ ବେଡ୍ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକତା ରହିଛି।
 

ଦେଖିବାକୁ ଗଲେ ମାତ୍ର ନିୟମିତ ୭/୮ ଜଣ ଡାକ୍ତର ଡାକ୍ତରଖାନା ସମ୍ଭାଳୁଛନ୍ତି। ଜଣେ ଡାକ୍ତର ନିୟମିତ ୧୦୦ରୁ ଅଧିକ ରୋଗୀ ପରୀକ୍ଷା କରୁଛନ୍ତି।  ଡାକ୍ତରଖାନା ଆଉଟଡୋର ସମୟ ପରେ ମଧ୍ୟ ଡାକ୍ତରଙ୍କ ପିଛା ଛାଡ଼ୁନାହାନ୍ତି ରୋଗୀ। ଡାକ୍ତରମାନେ ମଧ୍ୟ ଖାଇବା, ପିଇବା ଏପରିକି ବିଶ୍ରାମ ମଧ୍ୟ ପାଉନାହାନ୍ତି। ସେହିପରି ଲାବରେ ମଧ୍ୟ ଗୋଟିଏ କାଉଣ୍ଟର ରହିଥିବା ଯୋଗୁଁ ପ୍ରବଳ ଭିଡ଼ ଲାଗିରହୁଛି। ବହୁ ସମୟରେ ରେ ସକାଳ ୮. ୦୦ ଟା ରେ ଆସୁଥିବା ରୋଗୀ ଚିକିତ୍ସା ନ ପାଇ ଫେରି ଗାଁରେ କ୍ବାକ୍ ଡାକ୍ତରଙ୍କ ଶିକାର ହୋଇ ମୃତ୍ୟୁକୁ ନିମନ୍ତ୍ରଣ ମଧ୍ୟ ଦେଉଛନ୍ତି। ଏଣୁ ଏହି ଦିଗରେ ବିଧାୟକ ତଥା ମନ୍ତ୍ରୀ ରବି ନାଏକ ଉଚିତ ପଦକ୍ଷେପ ନ ନିଅନ୍ତି ତାହା ହେଲେ ଚିକିତ୍ସା ଅଭାବରୁ ବହୁ ଲୋକଙ୍କ ଜୀବନହାନି ମଧ୍ୟ ହେବାର ସମ୍ଭାବନା ରହିଛି। ଡାକ୍ତରଖାନା ମ୍ୟାନେଜର କୁହନ୍ତି, ଆମେ କଣ କରିବୁ ଡାକ୍ତର ନାହାନ୍ତି, ନିୟମିତ ୯୦୦ ରୁ ଅଧିକ ରୋଗୀ ଚିକିତ୍ସା କରିବା ଏକ କଠିନ କାମ। ଏଣୁ ନିୟମିତ ରୋଗୀ ସଂଖ୍ୟାକୁ ଦେଖି ଏହି ଡାକ୍ତରଖାନାରେ ଡାକ୍ତର, ଟେକନିସିଆନ ସହିତ ବେଡ୍ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe