ଏଚଆଇଏଲରେ ନିଲାମ ହେଲେ ଏସବୁ ଓଡ଼ିଆ ହକି ଖେଳାଳି

Advertisment

ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏ)ର ଆଗାମୀ ସଂସ୍କରଣ ୨୦୨୪-୨୫ ପାଇଁ ରବିବାର ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିବସୀୟ ଏହି ନିଲାମର ପ୍ରଥମ ଦିନରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।

ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏ)ର ଆଗାମୀ ସଂସ୍କରଣ ୨୦୨୪-୨୫ ପାଇଁ ରବିବାର ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିବସୀୟ ଏହି ନିଲାମର ପ୍ରଥମ ଦିନରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି।

players

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏ)ର ଆଗାମୀ ସଂସ୍କରଣ ୨୦୨୪-୨୫ ପାଇଁ ରବିବାର ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ଦିବସୀୟ ଏହି ନିଲାମର ପ୍ରଥମ ଦିନରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଓଡ଼ିଆ ପୁଅ ଅମିତ ରୋହିଦାସ ତାମିଲନାଡୁ ଡ୍ରାଗନ୍ସରେ ସାମିଲ ହୋଇଛନ୍ତି।

ତାଙ୍କୁ ପ୍ରାୟୋଜକ ଦଳ ୪୮ ଲକ୍ଷ ଟଙ୍କାରେ ନେଇଛି। ସେହିପରି ଓଡ଼ିଆ ହକି ଖେଳାଳିଙ୍କ ବାବଦରେ କହିବାକୁ ଗଲେ ଶିଳାନନ୍ଦ ଲାକ୍ରାଙ୍କୁ ହାଇଦ୍ରାବାଦ ତୁଫାନ୍ସ ୨୧ ଲକ୍ଷ, ଅମିତ ରୋହିଦାସଙ୍କୁ ତାମିଲନାଡୁ ଡ୍ରାଗନ୍ସ ୪୮ ଲକ୍ଷ, ବୀରେନ୍ଦ୍ର ଲାକ୍ରାଙ୍କୁ ଟିମ ଗୋନାସିକା ୧୦ ଲକ୍ଷ, ନିଲମ ସଂଜୀବ ଖେସଙ୍କୁ ଟିମ ଗୋନାସିକା ୧୭ ଲକ୍ଷ, ଅନମୋଲ ଏକ୍କାଙ୍କୁ ଟିମ ଗୋନାସିକା ୯.୨ ଲକ୍ଷ, ଅମନଦୀପ ଲାକ୍ରାଙ୍କୁ ତାମିଲନାଡୁ ଡ୍ରାଗନ୍ସ ୯ ଲକ୍ଷ, ଦୀପସାନ ତିର୍କିଙ୍କୁ ଟିମ ଗୋନାସିକା ୬.୬ ଲକ୍ଷ, ଆନନ୍ଦ ଲାକ୍ରାଙ୍କୁ ତାମିଲନାଡୁ ଡ୍ରାଗନ୍ସ ୫ ଲକ୍ଷ ଟଙ୍କାରେ କିଣିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe