ମାତିଲେ ଲୁଟେରା: ଠାକୁରଙ୍କ ଆଖି ତାଡିନେଲେ ଚୋର

ପ୍ରାଚୀମହାବୀର ମନ୍ଦିରରେ ବିଳମ୍ବିତ ରାତିରେ ଚୋର ମହାବୀରଙ୍କ ସୁନା ଆଖି ସହିତ ପତା, ପିତଳ ଢାଳ, ୫ଟି ଘଣ୍ଟ, ୩ଟି ଘଣ୍ଟି, ପିତଳ ହଣ୍ଡା, ପିତଳ ଦ୍ବୀପ ଷ୍ଟାଣ୍ଡ ସହିତ ଦାନ ବାକ୍ସ ଭାଙ୍ଗି ଲୁଟିନେଇଛନ୍ତି |

asdddd

ନିଆଳି: ଠାକୁରଙ୍କୁ ବି ଛାଡିଲେନି ଚୋର। ଠାକୁରଙ୍କ ଆଖି ତାଡି ନେଲେ ଚୋର। କଟକ ଜିଲ୍ଲା ନିଆଳି ଥାନା କୃଷ୍ଣପ୍ରସାଦ ପଂଚାୟତ ନାଛିଙ୍ଗା ପ୍ରାଚୀନଦୀ କୂଳରେ ଥିବା ପ୍ରାଚୀମହାବୀର ମନ୍ଦିରରେ ବିଳମ୍ବିତ ରାତିରେ ଚୋର ମହାବୀରଙ୍କ ସୁନା ଆଖି ସହିତ ପତା, ପିତଳ ଢାଳ, ୫ଟି ଘଣ୍ଟ, ୩ଟି ଘଣ୍ଟି, ପିତଳ ହଣ୍ଡା, ପିତଳ ଦ୍ବୀପ ଷ୍ଟାଣ୍ଡ ସହିତ ଦାନ ବାକ୍ସ ଭାଙ୍ଗି ଲୁଟିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ମନ୍ଦିର ପୂଜକ ମନ୍ଦିରରେ ପହଂଚିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ |

ଏହାପରେ ମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ଠାକୁରଙ୍କର ସବୁ ଜିନିଷ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ |  ଏହି ଘଟଣାକୁ ନେଇ ନିଆଳି ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କ ଏଭଳି ଦୌରାତ୍ମ୍ୟ ବଢ଼ିଥିବାବେଳେ କାର୍ଯ୍ୟାନୁଷ୍ଠାନ ସହ ଶୀଘ୍ର ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe