ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବାଲିଆ ଅଂଚଳର ପାର୍ଥ ସାରଥୀ ଦାସ।ଥାନା ଭିତରେ ଅମାନୁଷିକ ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିସନ ନିକଟରେ ଅଭିଯୋଗ କରିଛନ୍ତି ପାର୍ଥ।
ଗତ ଜୁଲାଇ ୨୫ ତାରିଖ ଦିନ ବିରିଡି ବ୍ଲକ କାର୍ଯ୍ୟାଳୟ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା। ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତ। ଅନ୍ୟପଟେ ଏନେଇ ଜଗତସିଂହପୁର ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ସୂଚନା ମୁତାବକ ଗତ ଜୁଲାଇ ୨୫ ତାରିଖ ଦିନ ବିରିଡି ବ୍ଲକ କାର୍ଯ୍ୟାଳୟରେ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା। ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତ। ଅନ୍ୟପଟେ ଏନେଇ ଜଗତସିଂହପୁର ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
Follow Us