ଚର୍ଚ୍ଚାରେ ଲଇକେରା ପୁଲିସ୍, ତଦନ୍ତ ପାଇଁ ଯାଇ ଯୁବକଙ୍କୁ ଥାର୍ଡ ଡିଗ୍ରି

Advertisment

ଲଇକେରା ଥାନା ପୁଲିସ୍ ଏକ ନିଖୋଜ ମାମଲାର ତଦନ୍ତ କରିବାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ଦର୍ଲ୍ଲିପାଲିରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରି ଦେଇଥିବା ଅଭିଯୋଗ ହୋଇଛି। ଆହତ ହେଉଛନ୍ତି ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ଦେବାଶିଷ ନାଏକ(୧୯)।

ଲଇକେରା ଥାନା ପୁଲିସ୍ ଏକ ନିଖୋଜ ମାମଲାର ତଦନ୍ତ କରିବାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ଦର୍ଲ୍ଲିପାଲିରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରି ଦେଇଥିବା ଅଭିଯୋଗ ହୋଇଛି। ଆହତ ହେଉଛନ୍ତି ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ଦେବାଶିଷ ନାଏକ(୧୯)।

ଗଜ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ପୁଲିସ୍ ଏକ ନିଖୋଜ ମାମଲାର ତଦନ୍ତ କରିବାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ଦର୍ଲ୍ଲିପାଲିରେ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରି ଦେଇଥିବା ଅଭିଯୋଗ ହୋଇଛି। ଆହତ ହେଉଛନ୍ତି ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗ୍ରାମର ଦେବାଶିଷ ନାଏକ(୧୯)। ଏନେଇ  ଆହତ ଦେବାଶିଷ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ପୁଲିସ୍ ବର୍ବରତାର କାହାଣୀ ବଖାଣିଛନ୍ତି। ଆଜି ଝାରସୁଗୁଡ଼ା ଏସ୍ପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ମଧ୍ୟ ସେ କହିଛନ୍ତି। ଏସମ୍ପର୍କରେ ଲଇକେରା ଥାନାଧିକାରୀ ଦିଲ୍ଲୀପ ବେହେରାଙ୍କୁ ପଚାରିବାରେ, ପଚରାଉଚରା ସମୟରେ ଦର୍ଲ୍ଲିପାଲି ଫାଣ୍ଡିର ଜଣେ ପୁଲିସ୍ ତାଙ୍କୁ ମାଡ଼ ମାରିଥିବା ବେଳେ ଲଇକେରା ଥାନାର କୌଣସି କର୍ମଚାରୀ ବାଡ଼େଇନଥିବା କହିଛନ୍ତି। 

ଲଇକେରା ଥାନା ଅନ୍ତର୍ଗତ ଭଉଁରା ଗ୍ରାମର ପ୍ରଫୁଲ୍ଲ ସାହୁ(୪୦) ଗତମାସ ୧୧ ତାରିଖରେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଏକ ମ୍ୟାନ୍ ମିସିଂ ରେଜିଷ୍ଟର କରି ଘଟଣାର ତଦନ୍ତ କରୁଥିଲା। ତେବେ ନିଖୋଜ ପ୍ରଫୁଲ୍ଲଙ୍କ ସହ ତାଙ୍କ ଭଣଜା ଦେବାଶିଷ ଫୋନ୍ରେ କଥା ହେଉଥିବା ଜାଣି ପୁଲିସ୍ ଗତକାଲି ମାମଲାର ତଦନ୍ତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିକୁ ଯାଇଥିଲା। ସେତେବେଳେ ଦର୍ଲ୍ଲିପାଲିର ଏନ୍ଟିପିସିରେ ଏପରେଣ୍ଟିସ୍ ଭାବେ ତାଲିମ୍ ନେଉଥିବା ଦେବାଶିଷଙ୍କୁ ପୁଲିସ୍ ଫୋନ୍ କରି ବାହାରକୁ ଡାକିବା ପରେ ପୁଲିସ୍ ଗାଡ଼ିରେ ବସାଇ ଦର୍ଲ୍ଲିପାଲି ଫାଣ୍ଡିକୁ ନେଇଥିଲା। ସେଠାରେ ପୁଲିସ୍ ପ୍ରଫୁଲ୍ଲଙ୍କ ବିଷୟରେ ଦେବାଶିଷଙ୍କୁ ପଚାରିବା ସହ ଫୋନ୍ କଲ୍ ରେକର୍ଡିଂ ରଖିଥିବା ନେଇ କହିଥିଲା। କିନ୍ତୁ ଦେବାଶିଷ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ରେକର୍ଡିଂ ଶୁଣାଇବାକୁ ପୁଲିସ୍କୁ କହିଥିଲେ। ଯେଉଁଥିରେ ପୁଲିସ୍ କର୍ମଚାରୀମାନେ ରାଗି ଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ଦେବାଶିଷ ଫାଣ୍ଡିରୁ ବି ବାହାରିପାରିନଥିଲେ।

ଅଭିଯୋଗ ଅନୁସାରେ, ଲଇକେରା ଥାନା ଅନ୍ତର୍ଗତ ଭଉଁରା ଗ୍ରାମର ପ୍ରଫୁଲ୍ଲ ସାହୁ(୪୦) ଗତମାସ ୧୧ ତାରିଖରେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଏକ ମ୍ୟାନ୍ ମିସିଂ ରେଜିଷ୍ଟର କରି ଘଟଣାର ତଦନ୍ତ କରୁଥିଲା। ତେବେ ନିଖୋଜ ପ୍ରଫୁଲ୍ଲଙ୍କ ସହ ତାଙ୍କ ଭଣଜା ଦେବାଶିଷ ଫୋନ୍ରେ କଥା ହେଉଥିବା ଜାଣି ପୁଲିସ୍ ଗତକାଲି ମାମଲାର ତଦନ୍ତ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିକୁ ଯାଇଥିଲା। ସେତେବେଳେ ଦର୍ଲ୍ଲିପାଲିର ଏନ୍ଟିପିସିରେ ଏପରେଣ୍ଟିସ୍ ଭାବେ ତାଲିମ୍ ନେଉଥିବା ଦେବାଶିଷଙ୍କୁ ପୁଲିସ୍ ଫୋନ୍ କରି ବାହାରକୁ ଡାକିବା ପରେ ପୁଲିସ୍ ଗାଡ଼ିରେ ବସାଇ ଦର୍ଲ୍ଲିପାଲି ଫାଣ୍ଡିକୁ ନେଇଥିଲା। ସେଠାରେ ପୁଲିସ୍ ପ୍ରଫୁଲ୍ଲଙ୍କ ବିଷୟରେ ଦେବାଶିଷଙ୍କୁ ପଚାରିବା ସହ ଫୋନ୍ କଲ୍ ରେକର୍ଡିଂ ରଖିଥିବା ନେଇ କହିଥିଲା। କିନ୍ତୁ ଦେବାଶିଷ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ରେକର୍ଡିଂ ଶୁଣାଇବାକୁ ପୁଲିସ୍କୁ କହିଥିଲେ। ଯେଉଁଥିରେ ପୁଲିସ୍ କର୍ମଚାରୀମାନେ ରାଗି ଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, ଦେବାଶିଷ ଫାଣ୍ଡିରୁ ବି ବାହାରିପାରିନଥିଲେ।

 କେବଳ ସେତିକି ନୁହେଁ ବରଂ ସତ ନମାନିଲେ ଗଞ୍ଜେଇ ଦୁଇ ପୁଡ଼ିଆ ଦେଇ ମାମଲା କରି ଜେଲକୁ ପଠାଇଦେବା ନେଇ ମଧ୍ୟ ପୁଲିସ୍ ଧମକ ଦେଇଥିବା ଦେବାଶିଷ ଅଭିଯୋଗ କରିଛନ୍ତି। ଏହାପରେ ଦେବାଶିଷଙ୍କ ଜଣେ ସାଙ୍ଗ ତାଙ୍କୁ ଆଣିବାକୁ ଫାଣ୍ଡିକୁ ପହଞ୍ଚିଥିଲେ। ସେହି ସମୟରେ ପୁଲିସ୍ ଏକ ସାଦା କାଗଜରେ ଦେବାଶିଷ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅବସ୍ଥାରେ ଫାଣ୍ଡିରୁ ଯାଉଛନ୍ତି ବୋଲି ଉଲ୍ଲେଖ କରି ତାଙ୍କ ସାଙ୍ଗକୁ ଦସ୍ତଖତ କରିବାକୁ କହିଥିଲା। ଦେବାଶିଷଙ୍କ ସାଙ୍ଗ ଉକ୍ତ କାଗଜରେ ଦସ୍ତଖତ କରିବା ପରେ ପୁଲିସ୍ ତାଙ୍କୁ ଛାଡ଼ିଥିଲା।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe