File photo
ଭୁବନେଶ୍ୱର: ଦୁଇ ଦିନ ପରେ ଅର୍ଥାତ ଏପ୍ରିଲ ୨୩ରେ ଓଡ଼ିଶାରେ ୩ୟ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏହା ପୂର୍ବରୁ ଏଡ଼ିଆର ପକ୍ଷରୁ ପ୍ରାର୍ଥୀଙ୍କର ସଂପତ୍ତି ତାଲିକା ଶନିବାର ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସବୁଠାରୁ ଧନୀ ବୋଲି ଜଣାପଡ଼ିଛି। ପିନାକୀ ମିଶ୍ରଙ୍କ ସଂପତ୍ତି ୧୧୭ କୋଟି ଟଙ୍କା।
ବିଧାନସଭା ମାମଲାରେ ବଡମ୍ବା ଆସନରୁ ଛିଡ଼ା ହୋଇଥିବା ବବି ମହାନ୍ତି ହେଉଛନ୍ତି ସର୍ବାଧିକ ଧନୀ। ତାଙ୍କର ସଂପତ୍ତି ୧୦୬ କୋଟି ୩୨ ଲକ୍ଷ ଟଙ୍କା।
ସମ୍ବଲପୁର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଦ୍ୱିତୀୟ ଧନୀ ପ୍ରାର୍ଥୀ। ତାଙ୍କର ସଂପତ୍ତି ମୂଲ୍ୟ ୨୬ କୋଟି। ସେହିପରି ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ କାମାକ୍ଷାପ୍ରସାଦ ସିଂହଦେଓଙ୍କ ସଂପତ୍ତି ୧୫ କୋଟି ଟଙ୍କା ବୋଲି ଜଣାପଡ଼ିଛି। ସେ ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି।
ବିଧାନସଭା ମାମଲାରେ ନିରଂଜନ ପଟ୍ଟନାୟକ ଦ୍ୱିତୀୟ ଧନୀ। ତାଙ୍କର ସଂପତ୍ତି ମୂଲ୍ୟ ୬୦ କୋଟି ଟଙ୍କା। ୪୬ କୋଟି ଟଙ୍କା ସହିତ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ ହେଉଛନ୍ତି ୩ୟ ଧନୀ।
Follow Us