ଜିଲ୍ଲାପରିଷଦ ପାଇଁ କଟକ, ବାଙ୍କୀ ଓ ଆଠଗଡ଼ରେ ୩୭ ପ୍ରାର୍ଥିପତ୍ର, ବିଜେଡିରୁ ୨୨, କଂଗ୍ରେସ ୯, ବିଜେପି ୩, ବିଏସ୍‌ପି ୧, ସ୍ବାଧୀନ ୨

Advertisment
ପୌର ନିର୍ବାଚନ: ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

The New Indian Express

କଟକ: ଜିଲ୍ଲାପରିଷଦ ଆସନ ପାଇଁ ୩୭ଜଣ ପ୍ରାର୍ଥୀ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେଥିରୁ ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡିରୁ ୧୪, କଂଗ୍ରେସରୁ ୬, ବିଜେପିରୁ ୩, ବିଏସ୍‌ପିରୁ ଜଣେ ଓ ସ୍ବାଧୀନଭାବେ ଜଣେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଆଠଗଡ଼ରେ ବିଜେଡିରୁ ୭ଜଣ ଓ ସ୍ବାଧୀନରୁ ଜଣେ ଓ ବାଙ୍କୀରେ କଂଗ୍ରେସରୁ ୩ ଓ ବିଜେଡିରୁ ଜଣେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି। ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଆଳି ୨୧ରୁ ବିଜେପିର ସୁମିତା ପରିଡା, ନିଆଳି ଜୋନ ୨୨ପାଇଁ ବିଜେଡିର ଦେବାଶିଷ ଷଡ଼ଙ୍ଗୀ, ଜୋନ ୨୩ ପାଇଁ ସୂର୍ଯ୍ୟକାନ୍ତି ମହାନ୍ତି, ସାଲେପୁର ଜୋନ ୪୩ ଓ ୪୬ ପାଇଁ ବିଜେଡିରୁ ସୁନିତା ମଲ୍ଲିକ ଓ ନମିତା ସେଠୀ, ବାରଙ୍ଗ ଜୋନ ୩୨ ଓ ୩୩ ପାଇଁ କଂଗେସରୁ ମଣ୍ଟୁ ମାଝି ଓ ଦୀପକ କୁମାର ଭୋଇ, ନିଶ୍ଚିନ୍ତକୋଇଲି ଜୋନ ୨୭ରୁ ବିଜେଡିରୁ ଭୂପତି ଭୂଷଣ ଷଣ୍ଡ, ଟାଙ୍ଗୀ-ଚୌଦ୍ବାର ଜୋନ୍‌ ୧୦, ୧୨ ଓ ୧୩ରୁ ବିଜେଡିରୁ ବିଶ୍ବଜିତ୍‌ ପ୍ରଧାନ, ଚିତ୍ତରଞ୍ଜନ ସାମଲ ଓ ଜୟଶ୍ରୀ ପ୍ରଧାନ, ଟା‌ଙ୍ଗୀ-ଚୌଦ୍ବାର ୧୨ ନମ୍ବର ଜୋନରେ ବିଜେପିର ବିରଜା ପ୍ରସାଦ ରାଉତ୍‌, ମାହାଙ୍ଗା ଜୋନ ୪୧ରୁ ବିଜେଡିରୁ ଜଗବନ୍ଧୁ ସେଠୀ, କଂଗେସର ଉତ୍ତମ କୁମାର ବେହେରା, ମାହାଙ୍ଗା ଜୋନ ୩୯ରୁ ବିଜେଡିର ମୁସିଦ୍ ରିୟାଜୁଲ, କଂଗ୍ରେସରୁ ସରୋଜ କୁମାର ପରିଡା, ମାହାଙ୍ଗା ଜୋନ ୪୦ରୁ କଂଗ୍ରେସର ପ୍ରତିଭା ପରିଡା, ନିଶ୍ଚିନ୍ତକୋଇଲି ଜୋନ ୨୬ରୁ ବିଜେଡିରୁ ଯସ୍ମିତା ସେଠୀ ଓ ବିଜେପିରୁ ବିଜୟଲକ୍ଷ୍ମୀ ବେହେରା, କଣ୍ଟାପଡା ୮ନମ୍ବର ଜୋନରୁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାହାଙ୍ଗା ୪୨ ଆସନରୁ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କଂଗ୍ରେସରୁ ଆଲ୍ଲାଉଲ ହକ୍‌, ସାଲେପୁର ୪୬ରୁ ବିଏସ୍‌ପିରୁ କଳ୍ପନା ମଲ୍ଲିକ, ବାରଙ୍ଗ ୩୨ରୁ ବିଜେଡିର ସୁମିନା ପ୍ରଧାନ, ନିଶ୍ଚିନ୍ତକୋଇଲି ୨୪ ଜୋନରୁ ବିଜେଡିର ବିପ୍ଲବ କେଶରୀ କାପ ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି ଆଠଗଡ଼ରୁ ବିଜେଡିର ତିଗିରିଆ ୧ ନମ୍ବର ଜୋନ୍‌ର ଜିଲ୍ଲାପରିଷଦ ସଦସ୍ୟ ରଶ୍ମିତା ମହାଳିକ, ୨ ନମ୍ବର ଜୋନ୍‌ ପାଇଁ ବଡ଼ନାଉପୁଟ ସରପଞ୍ଚ ସସ୍ମିତା ରାଉତ୍‌, ବିଜେଡିରୁ ନରସିଂହପୁର ବ୍ଲକ୍‌ର ଜୋନ ୧୬ ପାଇଁ ଭାଗ୍ୟଲକ୍ଷ୍ମୀ ବିଶ୍ବାଳ, ଜୋନ ୧୭ ପାଇଁ ଗୀତାଞ୍ଜଳି ପାତ୍ର, ଜୋନ ୧୮ ପାଇଁ ଅଜୟ କୁମାର ପଣ୍ଡା, ଜୋନ ୧୯ ପାଇଁ ନରସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା କିଶୋର ମିଶ୍ର, ଆଠଗଡ଼ ବ୍ଲକ୍‌ର ୩ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ଭାବେ ବଳଭଦ୍ର ବାଘ, ସ୍ବାଧୀନ ପ୍ରାର୍ଥୀଭାବେ ରବିନାରାୟଣ କର ନାମାଙ୍କନ ଦାଖଲ କରିଛନ୍ତି। ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାଙ୍କୀ ନିର୍ବାଚନମଣ୍ଡଳୀର ଜୋନ ୩୪ରୁ ବିଜେଡିର ରଶ୍ମିତା ସାହୁ, କଂଗ୍ରେସରୁ ଗୀତାଞ୍ଜଳି ସ୍ବାଇଁ, ଜୋନ ୩୬ରୁ କଂଗେସରୁ ଗୀତାଞ୍ଜଳି ପଣ୍ଡା, ଜୋନ ୩୮ରୁ କଂଗ୍ରେସରୁ ପ୍ରଶାନ୍ତ ମହାନ୍ତି ପ୍ରମୁଖ ନାମାଙ୍କନ ଦାଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe