ପୌର ନିର୍ବାଚନ: ସରକାରୀ କର୍ମଚାରୀଙ୍କ ପାଇଁ ୩ ଦିନ ଛୁଟି ଘୋଷଣା

Advertisment
ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ହେଉଥିବା ଭୋଟ ଗ୍ରହଣ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ କରାଯାଇଛି । ମତଦାନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଅର୍ଥାତ ଯେଉଁମାନଙ୍କର ଘର ପୌରସଂସ୍ଥା ଓ ମହାନଗର ନିଗମ ଅଧିନରେ ରହିଛି ସେହି କର୍ମଚାରୀଙ୍କୁ ଛୁଟି ମିଳିବ । ନିର୍ବାଚନ ଦିନ, ନିର୍ବାଚନ ପୂର୍ବଦିନ ଓ ନିର୍ବାଚନ ପରଦିନ ଏଭଳି ଭାବେ ସର୍ବାଧିକ ୩ ଦିନ ଛୁଟି ନେଇପାରିବେ କର୍ମଚାରୀ । ଆଉ ଏହି ଛୁଟିକୁ ସ୍ପେଶାଲ ସିଏଲ ଭାବେ ଗ୍ରହଣ କରାଯିବ ।

publive-image

ସୂୂଚନାଯୋଗ୍ୟ, ଚଳିତଥର ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ଆସନ୍ତା ୨୪ ତାରିଖରେ ନିର୍ଦ୍ଧାରିତ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ଭୋଟ ପଡିବ । ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe