ବୈଶିଙ୍ଗା ପୁଲିସର ସଫଳତା: ନିଖୋଜ ୩ ନାବାଳିକା ଉଦ୍ଧାର

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି। ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଉକ୍ତ ଥାନା ଅଧୀନ ବିଭିନ୍ନ ଅଞ୍ଚଳରୁ ନିଖୋଜ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି। ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଉକ୍ତ ଥାନା ଅଧୀନ ବିଭିନ୍ନ ଅଞ୍ଚଳରୁ ନିଖୋଜ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

Baisinga PS

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି। ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ପ୍ରତକ୍ଷ ତତ୍ୱାବଧାନରେ ଉକ୍ତ ଥାନା ଅଧୀନ ବିଭିନ୍ନ ଅଞ୍ଚଳରୁ ନିଖୋଜ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ଉକ୍ତ ଥାନା ଅଧୀନ କଷିପଦା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୧୭ ବର୍ଷୀୟା ଝିଅ ଗତ ଏପ୍ରିଲ ମାସ ୨୪ତାରିଖ ଦିନ ସକାଳୁ ଅଁଳା କଲେଜକୁ ଯାଇ ଅପରାହ୍ନରେ ଆଉ ଘରକୁ ଫେରିନଥିଲାl ପରେ ଉକ୍ତ ଦିନ ରାତିରେ ଏକ ଅଜଣା ନମ୍ବରରୁ କଲ କରି କହିଥିଲା କି ସେ ଟ୍ରେନରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଛି l ଏନେଇ ନାବାଳିକାଙ୍କ ପିତା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ୧୪୩/୨୪ ନଂ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେl ପରେ ବୈଶିଙ୍ଗା ପୁଲିସ ସହାୟତାରେ ନାବାଳିକାଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛିl 

ଅନୁରୂପ ଭାବେ ନଛପୁରିଆ ଗ୍ରାମର ଜନୈକା ମହିଳାଙ୍କ ଅଭିଯୋଗ ମୁତାବକ ତାଙ୍କ ୧୬ବର୍ଷୀୟା ନାବାଳିକା ଝିଅ ଗତ ମାସ ୧୯ ତାରିଖ ରାତିରୁ ହଟାତ କୁଆଡେ ଉଭାନ ହୋଇଯାଇଥିଲାl ସାହି ପଡିଶା ଓ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରି କୋଉ ଆଡେ ପାଇନଥିଲେl ପରେ ତାଙ୍କ ନାବାଳିକାଙ୍କ ମାଆ ନିଜ ମୋବାଇଲ ନଂରେ ଆସିଥିବା ଏକ ନିର୍ଦ୍ଧିଷ୍ଟ ମୋବାଇଲରୁ ମେସେଜ ଓ ଚାଟିଂ ଦେଖି ଜାଣିବାକୁ ପାଇଥିଲେ କି ତାଙ୍କ ନାବାଳିକା ଝିଅକୁ କେହି ଅପହରଣ କରିନେଇଛିl ଅଭିଯୋଗ ପାଇବା ପରେ ପୁଲିସ ୨୮୮/୨୪ରେ ନଂ ରେ ମାମଲା ରୁଜୁ କରି ଗତକାଲି ରାତିରେ ନାବାଳିକାକୁ ଉଦ୍ଧାର ପୂର୍ବକ ପରିବାରକୁ ହସ୍ତାନ୍ତର କରିଛନ୍ତିl 

ସେହିଭଳି ଗତ ୨ତାରିଖ ଦିନ ଖୁଣ୍ଟା ଗ୍ରାମର ଜନୈକା ମହିଳାଙ୍କ ୧୭ ବର୍ଷୀୟା ନାବାଳିକା ନାତୁଣୀ କଲେଜ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ l ଘରଲୋକ ବ୍ୟସ୍ତ ହୋଇ ଚାରିଆଡେ ଖୋଜାଖୋଜି କରି ନପାଇବା ଯୋଗୁଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ବୈଶିଙ୍ଗା ପୁଲିସ ୩୦୯/୨୪ନଂ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲାl ପରେ ଗତକାଲି ରାତିରେ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରି ପରିବାରରେ ଜିମା ଦେଇଛନ୍ତିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe