ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା, ୩ ଗୁରୁତର

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ରାଜପଥର ବିଭିନ୍ନ ସ୍ଥାନରେ ଘଟିଯାଇଥିବା ଏକାଧିକ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତିl ଗୁରୁତରମାନେ ହେଲେ ଗଡ଼ଗଡିଆ ଗ୍ରାମର ସରୋଜ ପଣ୍ଡା, ଓଲିପୁର ଗ୍ରାମର ଶ୍ରୀଧର ଦେହୁରୀ ଓ ଅନ୍ୟ ଜଣେ ଅଜଣା ବୃଦ୍ଧ l

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ରାଜପଥର ବିଭିନ୍ନ ସ୍ଥାନରେ ଘଟିଯାଇଥିବା ଏକାଧିକ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତିl ଗୁରୁତରମାନେ ହେଲେ ଗଡ଼ଗଡିଆ ଗ୍ରାମର ସରୋଜ ପଣ୍ଡା, ଓଲିପୁର ଗ୍ରାମର ଶ୍ରୀଧର ଦେହୁରୀ ଓ ଅନ୍ୟ ଜଣେ ଅଜଣା ବୃଦ୍ଧ l

Accident

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ରାଜପଥର ବିଭିନ୍ନ ସ୍ଥାନରେ ଘଟିଯାଇଥିବା ଏକାଧିକ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତିl ଗୁରୁତରମାନେ ହେଲେ ଗଡ଼ଗଡିଆ ଗ୍ରାମର ସରୋଜ ପଣ୍ଡା, ଓଲିପୁର ଗ୍ରାମର ଶ୍ରୀଧର ଦେହୁରୀ ଓ ଅନ୍ୟ ଜଣେ ଅଜଣା ବୃଦ୍ଧ l

ସୂଚନା ଅନୁଯାଇ ଖଇରିବଣି ଆଶ୍ରମ ସ୍କୁଲର କର୍ମଚାରୀ ଗଡ଼ଗଡିଆ ଗ୍ରାମର ସରୋଜ ପଣ୍ଡା ନିଜ ବନ୍ଧୁଙ୍କ ସହିତ ବାଇକ ପଛରେ ବସି ବୈଶିଙ୍ଗାରୁ କଳମା ଅଭିମୁଖେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦୁଇଟି ଷଣ୍ଡ ଲଢେଇ ଲାଗି ହଟାତ ତାଙ୍କ ବାଇକ ଉପରକୁ ଚଢି ଆସିଥିଲେl ଫଳରେ ଦୁଇ ବନ୍ଧୁ ବାଇକରୁ ପଡିଯାଇଥିଲେl ସରୋଜ ରାସ୍ତା ଉପରକୁ ଛିଟିକି ପଡିଥିବାବେଳେ ତାଙ୍କ ମୁଣ୍ଡ ପଛରେ ଶକ୍ତ ଆଘାତ ଲାଗିଥିଲା ଓ ରକ୍ତସ୍ରାବ ହୋଇଥିଲାl ସ୍ଥାନୀୟ ଲୋକ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିବା ବେଳେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲାl  

ଖଇରିବଣି ଆଶ୍ରମ ସ୍କୁଲର କର୍ମଚାରୀ ଗଡ଼ଗଡିଆ ଗ୍ରାମର ସରୋଜ ପଣ୍ଡା ନିଜ ବନ୍ଧୁଙ୍କ ସହିତ ବାଇକ ପଛରେ ବସି ବୈଶିଙ୍ଗାରୁ କଳମା ଅଭିମୁଖେ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦୁଇଟି ଷଣ୍ଡ ଲଢେଇ ଲାଗି ହଟାତ ତାଙ୍କ ବାଇକ ଉପରକୁ ଚଢି ଆସିଥିଲେl ଫଳରେ ଦୁଇ ବନ୍ଧୁ ବାଇକରୁ ପଡିଯାଇଥିଲେl ସରୋଜ ରାସ୍ତା ଉପରକୁ ଛିଟିକି ପଡିଥିବାବେଳେ ତାଙ୍କ ମୁଣ୍ଡ ପଛରେ ଶକ୍ତ ଆଘାତ ଲାଗିଥିଲା ଓ ରକ୍ତସ୍ରାବ ହୋଇଥିଲାl

ଅନୁରୂପ ଭାବେ ଶ୍ରୀଧର ନିଜ ଗ୍ରାମରୁ ଗଡ଼ଦେଉଳିଆ ହାଟକୁ ଆସୁଥିବାବେଳେ ରତ୍ନା ଢ଼ାବା ସମ୍ମୁଖରେ ଏକ ଦ୍ରୁତଗାମୀ ଗାଡି ତାଙ୍କୁ ଧକ୍କା ଦେଇ ଖସି ଯାଇଥିଲାl ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ନେଇ ଆସିଥିବାବେଳେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛିl

ସେହିପରି ଜାରକା ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଜଣେ ଅଜଣା ବୃଦ୍ଧଙ୍କୁ ପଛ ପଟରୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲାl ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଥିଲେl

ଏହି ଖବର ପଢ଼ନ୍ତୁ: ଆସିଲା ନୂଆ ଅବକାରୀ ନୀତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe