ବିନିକା: ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଅଦିନିଆ ଝଡ଼ବର୍ଷା ଓ ଯୋଗୁଁ ସାଧାରଣ ଧନଜୀବନ ବ୍ୟାହତ ହୋଇଛି। ସୋମବାର ଦିନବେଲା ପାଗ ଶୁଖିଲା ଥିବାବେଳେ ଦିନ ୫ଟାରେ ହଠାତ ପବନ ସହ ତୁହାକୁ ତୁହା ଝଡବର୍ଷା ଓ କୁଆପଥର ମାଡ ହୋଇଥିଲା। ଯାହାଫଳରେ ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି | ସେହିପରି ପ୍ରବଳ ଝଡବର୍ଷା ଓ କୁଆପଥର ମାଡରେ ଘରଦ୍ବାର ଭାଙ୍ଗିବାସହ ଉପର ଛାତ ଉଡ଼ିଯାଇଛି | ଏହାସହ ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ଦେବାପାଇଁ ଚାଷୀ ମହଲରେ ଦାବି ହେଉଛି।
ଅଦିନିଆ ଝଡବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ କ୍ଷତି
Advertisment
Follow Us