ବାଘ ଆତଙ୍କ! ଆଳିରେ ପହଞ୍ଚିଲେ ବନବିଭାଗ ଅଧିକାରୀ

Advertisment

ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି

ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି

aul09

ଆଳି:ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି। ସିମେଣ୍ଟ ପାଚେରୀ ଉପରେ କୁଦିକୁଦି ଚାଲୁଛି।ଗଛ ଉପରେ ଶୋଇଛି। ଏମିତି ସବୁ ଦୃଶ୍ୟର ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟରେ ଘୂରି ବୁଲୁଥିବାର ଦେଖି ଅଞ୍ଚଳବାସୀ  ଆତଙ୍କିତ ହୋଇପଡ଼ିଥିଲେ।

 ଏହି ଖବର ପାଇବା ପରେ ଆଜି ରାଜନଗର ବନଖଣ୍ଡର ବନ ଅଧିକାରୀମାନେ ଆଳିରେ ପହଞ୍ଚି ଭିଡ଼ିଓରେ ଦୃଶ୍ୟମାନ ହେଉଥିବା ବିଭିନ୍ନ ସମ୍ଭାବ୍ୟ ଅଞ୍ଚଳରେ ଛାନଭିନ କରିଛନ୍ତି। ତେବେ ଏଠାକୁ ବାଘ ଆସିବାର କୈାଣସି ସମ୍ଭାବନା ନାହିଁ। ବିଲୁଆ,କଟାସର ଫଟୋକୁ ଏଡିଟିଙ୍ଗ କରାଯାଇ ବା ଅନ୍ୟ କୈାଣସି ସ୍ଥାନରେ ବାଘର ଭିଡିଓକୁ ଭାଇରାଲ୍ କରାଯାଉଛି ବୋଲି ବନାଧିକାରୀମାନେ କହିଛନ୍ତି। ଏହି ଗୁଜବରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ନହେବାକୁ ବନଅଧିକାରୀ ବିଜୟ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe