ଆଇଜି ପାର୍କର ନୂଆ ଅତିଥି: ପୁନେରୁ ଆସିଲେ କଲରାପତରିଆ ବାଘ ଯୋଡ଼ି

ପ୍ରାୟ ୨୩ ବର୍ଷ ପରେ ଇନ୍ଦିରା ଗାନ୍ଧୀ ପାର୍କ ଓ ଚିଡ଼ିଆଖାନାକୁ ଫେରିଛନ୍ତି ଦୁଇଟି କଲରାପତରିଆ ବାଘ। ଏମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା (୮ ବର୍ଷ) ଥିବାବେଳେ ଅନ୍ୟଟି ଗୋଟିଏ ମାଈ(୭ ବର୍ଷ)। ଉଭୟଙ୍କୁ ପୁନେସ୍ଥ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି।

୍ତି
ରାଉରକେଲା: ପ୍ରାୟ ୨୩ ବର୍ଷ ପରେ ଇନ୍ଦିରା ଗାନ୍ଧୀ ପାର୍କ ଓ ଚିଡ଼ିଆଖାନାକୁ ଫେରିଛନ୍ତି ଦୁଇଟି କଲରାପତରିଆ ବାଘ। ଏମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା (୮ ବର୍ଷ) ଥିବାବେଳେ ଅନ୍ୟଟି ଗୋଟିଏ ମାଈ(୭ ବର୍ଷ)। ଉଭୟଙ୍କୁ ପୁନେସ୍ଥ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି। ସଂପ୍ରତି ଉଭୟ ବାଘ ସଙ୍ଗରୋଧରେ ଥିବାବେବେଳ ୨୧ ଦିନପରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଆର୍‌ଏସ୍‌ପି ପକ୍ଷରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ୪ ଶିଙ୍ଗ ବିଶିଷ୍ଟ ହରିଣ ବଦଳରେ ଏହି ଦୁଇ ବାଘକୁ ଅଣାଯାଇଛି।

ବର୍ତ୍ତମାନ ଅଲଗା ଅଲଗା ଖୁଆଡ଼ରେ ରହୁଥିବାବେଳେ ଆଗାମୀ ଦିନରେ ଉଭୟଙ୍କୁ ଏକାଠି କରାଯିବ। ପରବର୍ତ୍ତୀ ସମୟରେ ଉଭୟେ ୨ ଏକର ବିଶିଷ୍ଟ ବାଘ ଖୁଆଡ଼ରେ ରହିବେ।

ଆର୍‌ଏସ୍‌ପି ଉଦ୍ୟାନ କୃଷି ବିଭାଗର ଡିଜିଏମ୍‌ ତଥା ଆଇଜି ପାର୍କର ଅଧିକାରୀ ଡା. ଅଭିଜିତ ବିଶ୍ବାସଙ୍କ ନେତୃତ୍ବରେ ୬ ଜଣିଆ ଦଳ ଗତ ସପ୍ତାହରେ ପୁନେକୁ ଯାଇଥିଲେ। ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ିରେ ଦୁଇଟି ଯନ୍ତାରେ ପୃଥକ୍‌ଭାବେ ଅଣାଯାଇଥିଲା। ପ୍ରାୟ ୧୭ ଶହ କିଲୋମିଟର ଅକିକ୍ରମ କଲାପରେ ବୁଧବାର ଭୋର୍‌ ପ୍ରାୟ ୫ଟାରେ ଉଭୟ ବାଘ ଆଇଜି ପାର୍କରେ ପାଦଦେଇଥିଲେ। ବର୍ତ୍ତମାନ ନିୟମାନୁଯାୟୀ, ଉଭୟଙ୍କୁ ପୃଥକ୍‌ ଖୁଆଡ଼ରେ ରଖାଯାଇଛି। ଅଧିକ ଖାଇବାକୁଦେଲେ ଅସୁସ୍ଥ ହେବାର ଆଶଙ୍କାଥିବାରୁ ପ୍ରାଣୀଚିକିତ୍ସକଙ୍କ ନିର୍ଦ୍ଦେଶାନୁସାରେ ଦିନକୁ କେବଳ ଗୋଟିଏ ଓଳି ଖାଦ୍ୟ ଦିଆଯାଉଛି। ଭୋଜନରେ ପ୍ରତ୍ୟେକ ବାଘ ୪ କେଜି ଲେଖାଏ କୁକୁଡ଼ା ମାଂସ ଖାଉଛନ୍ତି।
ବର୍ତ୍ତମାନ ଅଲଗା ଅଲଗା ଖୁଆଡ଼ରେ ରହୁଥିବାବେଳେ ଆଗାମୀ ଦିନରେ ଉଭୟଙ୍କୁ ଏକାଠି କରାଯିବ। ପରବର୍ତ୍ତୀ ସମୟରେ ଉଭୟେ ୨ ଏକର ବିଶିଷ୍ଟ ବାଘ ଖୁଆଡ଼ରେ ରହିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏଠାରେ ୨ଟି କଲରାପତରିଆ ବାଘ ଅଣାଯାଇଥିଲା। କିନ୍ତୁ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଏହି ପାର୍କରେ ୨୫୫ଟି ପ୍ରାଣୀ, ପକ୍ଷୀ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe