ବାଘ ଛାଲ ପୂଜା କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ,୭ ଗିରଫ

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ରବିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ କରିଥିବାବେଳେ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।

Untitled

ଭଞ୍ଜନଗର: କଲରାପତରିଆ ବାଘ ଘରେ ରଖି ପୂଜା କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଘ ଛାଲ ଚାଲାଣ ଅଭିଯୋଗରେ ୭ ଜଣଙ୍କୁ କାବୁ କଲା ବିଭାଗ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଇଲାକାରେ। ଏହି ଘଟଣା ବିଭାଗକୁ ବଡ ସଫଳତା ମିଳିଛି। ଜଗନ୍ନାଥ ପ୍ରସାଦ ରେଞ୍ଜ ଗୁଣ୍ଡୁରିବାଡ଼ି ଗ୍ରାମରୁ ଏହି ଛାଲ ଜବତ ହୋଇଥିବା ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି। 

ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ କରିବା ସହ କାତି,ଭୁଜାଲି ଓ ପୂଜା ସାମଗ୍ରୀ ଜବତ କରିଛନ୍ତି। ପୂଜା ହେଉଥିବା ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏକ ଲଜରୁ ଅନ୍ୟମାନଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଗଜପତି ଜିଲ୍ଲାର ୩ ଜଣ ରହିଥିବା ବେଳେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ରହିଥିବା ଡିଏଫଓ ଶ୍ରୀ ମହାନ୍ତି କହିଛନ୍ତି। ଏଥିରେ ଏସିଏଫ ବିବେକ କୁମାର ଦାସ, ରେଞ୍ଜର ପୃଥିବୀରାଜ ପ୍ରଧାନ, ବନପାଳ ଅନୁପ କୁମାର ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ଜିବନା ନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe