ଧରାପଡ଼ିଯିବା ଭୟରେ କଏଦୀ ଗିଳିଦେଲେ ଫୋନ, ହସ୍ପିଟାଲରେ ହେଲେ ଭର୍ତ୍ତି

ଧରାପଡ଼ିଯିବା ଭୟରେ କଏଦୀ ଗିଳିଦେଲେ ଫୋନ, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ତିହାର ଜେଲର କଏଦୀ ଏକ ମୋବାଇଲ୍ ଫୋନ୍ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଜେଲ ଅଧିକାରୀ ସନ୍ଦେହ ଆଧାରରେ ଉକ୍ତ କଏଦୀର ଯାଞ୍ଚ କରୁଥିବା ବେଳେ ସେ ଧରାପଡ଼ିଯିବା ଭୟରେ ମୋବାଇଲକୁ ଗିଳି ଦେଇଥିଲେ। ଅଧିକାରୀ ଯେତେବେଳେ ଏହି ଘଟଣା ବିଷୟରେ ଜାଣି ପାରିଥିଲେ ସେ ତୁରନ୍ତ ଉକ୍ତ କଏଦୀଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୋବାଇଲ କଏଦୀ ପେଟରେ ହିଁ ଥିବା ଜଣାପଡ଼ିଥିଲା।

ଗତ ବୁଧବାର ଦିଲ୍ଲୀସ୍ଥିତ ତିହାର ଜେଲରେ ଏହି ଘଟଣା ଘଟିଛି। ଭାରତର ସବୁଠାରୁ କଡ଼ା ସୁରକ୍ଷିତ ବ୍ୟବସ୍ଥା ଥିବା ଜେଲ ମଧ୍ୟରେ ତିହାର ଜେଲ ବି ରହିଛି। ଏହି ଜେଲରେ କଏଦୀ ଫୋନ ଗିଳିଦେବା ଏକ ଚର୍ଚ୍ଚାର ବିଷୟ ହୋଇଛି।

ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି ୨୦୨୨ ଜାନୁଆରି ୫ ତାରିଖରେ ତିହାର ଜେଲ ନମ୍ବର ୧ ର ଜଣେ କଏଦୀ ମୋବାଇଲ ଫୋନ ଗିଳି ଦେଇଥିଲେ। ଯେତେବେଳେ ଆମର କର୍ମଚାରୀମାନେ ତାଙ୍କ ତଲାସି କରିଥିଲେ, ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସେ କହିଛନ୍ତି ଯେ ଘଟଣା ଜଣାପଡ଼ିବା ପରେ କଏଦୀଙ୍କୁ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏବେ ବି ମୋବାଇଲ୍ ଫୋନ୍ ତାଙ୍କ ପେଟରେ ଅଛି। କଏଦୀଙ୍କ ନିକଟକୁ ମୋବାଇଲ୍ ଫୋନ୍ କେଉଁଠୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe