ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଆଜି ଏକ ବଡ ଅଘଟଣ ଘଟିଛି | ତିରୁପତି ମନ୍ଦିରରେ ଦଳାଚକଟାରେ ୪ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ସେହିପରି ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି। ୬ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବାବେଳେ ପ୍ରାଥମିକ ସୂଚନା ମୁତାବକ ତିରୁପତିସ୍ଥିତ ବାର୍ଷିକ ବୈକୁଣ୍ଠ ଦର୍ଶନ ଟିକେଟ୍ କାଉଣ୍ଟରରେ ବିଶୃଙ୍ଖଳା ହୋଇଥିଲା, ଆଉ ଟିକେଟ ନେବା ପାଇଁ ଦଳାଚକଟାରେ ଏଭଳି ପରିସ୍ଥିତି ଉପୁଜିଥିଲା |
ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ସେ ଘଟଣା ବାବଦରେ ଅବଗତ ଅଛନ୍ତି ଏବଂ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ୱାର ଦର୍ଶନ ଜାନୁୟାରୀ ୧୦ ରୁ ଜାନୁୟାରୀ ୧୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଆଉ ଏହାର ଟିକେଟ ନେବାକୁ ଲୋକଙ୍କ ମଧ୍ୟରେ ଗହଳି ହୋଇଥିଲା | ଏହି ସମୟରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା |
ଉଲ୍ଲେଖ ଥାଉ କି ଠିକ୍ ଗୋଟିଏ ଦିନ ପୂର୍ବରୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କାର୍ଯ୍ୟନିର୍ବାହୀ ଅଧିକାରୀ ଜାନୁୟାରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବୈକୁଣ୍ଠ ଏକାଦଶୀ ଏବଂ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ବିସ୍ତୃତ ବ୍ୟବସ୍ଥା ବିଷୟରେ କହିଥିଲେ |ସେ କହିଥିଲେ ଯେ ଏହି ସମୟ ମଧ୍ୟରେ ସାତ ଲକ୍ଷ ଭକ୍ତଙ୍କୁ ରହିବା ପାଇଁ ଟିଟିଡି ବ୍ୟାପକ ବ୍ୟବସ୍ଥା କରିଛି ଏବଂ ସମସ୍ତ ତୀର୍ଥଯାତ୍ରୀଙ୍କ ପାଇଁ ଏକ ସୁଗମ ତଥା ନିରାପଦ ଦର୍ଶନ ଅଭିଜ୍ଞତା ନିଶ୍ଚିତ କରିବାକୁ ବିଭିନ୍ନ ସ୍ୱତନ୍ତ୍ର ପ୍ରୋଟୋକଲ କରାଯାଇଛି |
Follow Us