ମୋଦୀଙ୍କ କେଦାରନାଥ ଯାତ୍ରା ଗଣମାଧ୍ୟମରେ ପ୍ରକାଶ ପାଇବା ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ଟିଏମ୍‌ସିର ଅଭିଯୋଗ

Advertisment
ମୋଦୀଙ୍କ କେଦାରନାଥ ଯାତ୍ରା ଗଣମାଧ୍ୟମରେ ପ୍ରକାଶ ପାଇବା ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ଟିଏମ୍‌ସିର ଅଭିଯୋଗ

Credit: Twitter

କୋଲକାତା: ନିର୍ବାଚନ ନ ସରୁଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଦାରନାଥ ଯାତ୍ରା ଓ ଧ୍ୟାନମୁଦ୍ରାକୁ ନେଇ ହୋଇଥିବା ଚର୍ଚ୍ଚା ଆଦର୍ଶ ଅଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ଦ୍ୱାରସ୍ତ ହୋଇଛି ତ୍ରୁଣ ମୁଳ କଂଗ୍ରେସ(ଟିଏମ୍‌ସି)। ଇଏମ୍‌ସି ନେତା ଦେରେକ ଓ’ ବ୍ରିୟେନ୍‌ ଏ ସଂପର୍କରେ ନିର୍ବାଚନ କମିସନଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ନିର୍ବାଚନ କମିସନ ଏହାକୁ ନେଇ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଦେରେକ ଲେଖିଛନ୍ତି, ‘ଆପଣଙ୍କ ସୂଚନା ସକାଶେ ଜଣାଉଛି ଯେ ଶେଷ ପର୍ଯ୍ୟାନ ନିର୍ବାଚନ ପାଇଁ ୧୭ ତାରିଖ ସଂଧ୍ୟା ସୁଦ୍ଧା ନିର୍ବାଚନୀ ପ୍ରଚାର ବନ୍ଦ ହୋଇ ସାରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଦାରନାଥ ଯାତ୍ରା ସଂପର୍କରେ ବିସ୍ତତ ଭାବେ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଉଛି। ଜାତୀୟ ଓ ରାଜ୍ୟ ଗଣମାଧ୍ୟମରେ ଦୁଇ ଦିନ ହେବା ମୋଦୀ ଛାଇ ଯାଇଛନ୍ତି। ଏହା ଖୋଲା ଖୋଲି ଭାବେ ଆଚରଣ ବିଧିର ଉଲ୍ଲଂଘନ କରୁଛି।’

ସେ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ଏକ ପ୍ଵଲିକ୍‌ ରାଲିକୁ ସମ୍ବୋଧନ କରିବା ସମୟରେ କେଦାରନାଥ ପାଇଁ ତାଙ୍କ ମସ୍ତିଷ୍କରେ ଏକ ମାଷ୍ଟରପ୍ଲାନ ରହିଛି ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ଆଦର୍ଶ ଆଚରଣ ବିଧିକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରୁଛି।

ଏହା ଅତ୍ୟନ୍ତ ଦୁଃଖର କଥା ଯେ ମୋଦୀ କରୁଥିବା ଏସବୁ କାମ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଆଚରଣ ବିଧିର ଉଲ୍ଲଂଘନ କରୁଥିଲେ ବି ନିର୍ବାଚନ କମିସନ କିମ୍ବା କୌଣସି ଉପରସ୍ଥ ଅଧିକାରୀଙ୍କୁ ତାହା ଦିଶୁନାହିଁ ବୋଲି କହିଛନ୍ତି ଦେରେକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe