ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ରାଶିଫଳ ଦେଖି ଜାଣନ୍ତୁ।

pp

ମେଷ: ବ୍ୟବସାୟରେ ମନ ଚାହୁଁଥିବା ଲାଭ ପାଇବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଲେଖନ ସହ ସଂଲଗ୍ନ ଲୋକଙ୍କୁ ଭଲ ଅବସର ମିଳିବ। ଜୀବନସାଥୀ ଆପଣଙ୍କୁ ଉପହାର ଦେବେ।

ବୃଷ: ଭାଗୀଦାରି ସହିତ ବସି କୌଣସି ଯୋଜନା ପ୍ରସ୍ତୁତ କରିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଘରକୁ ବନ୍ଧୁ ଆସିବା ଯୋଗୁଁ ପିଲାମାନଙ୍କ ଉତ୍ସାହ ବଢ଼ିବ। ମ୍ୟାନଜେମେଣ୍ଟ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ମିଥୁନ: ଆପଣ କୌଣସି ମନ ଚାହୁଁଥିବା ଖବର ପାଇବେ। ଚାକିରିରେ ବଦଳି ଯୋଗ ରହିଛି। ବେପାରରେ ଉଢ଼ାଣ ଗଢ଼ାଣ ଦେଖିବାକୁ ପାଇବେ। ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍କଟ: ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ। ଜୀବନସାଥୀ ସହିତ ଭଲ ସମ୍ବନ୍ଧ ବଜାୟ ରହିବ। ବେପାରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୌଣସି ଧାର୍ମିକ ଯାତ୍ରାରେ ଯିବାର ଯୋଗ ଅଛି।

ସିଂହ: ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା। ଯୋଗ ଓ ପ୍ରାଣାୟାମର ସ୍ବଭାବ ଧାରଣ କରନ୍ତୁ। ଆପଣଙ୍କର ରୁଚି ଆଧ୍ୟାତ୍ମିକତାରେ ବଢ଼ିବ। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ଭଲଭାବେ ନିର୍ବାହ କରିବେ।

କନ୍ୟା: ଆପଣଙ୍କ ଲାଗି ସଫଳତା ଆଣି ଦେବାର ଦିନଟିଏ। କାର୍ଯ୍ୟ କ୍ଷେତ୍ରରେ ନେତୃତ୍ବର କ୍ଷମତା ବଢ଼ିବ। ଜୀବନସାଥୀର ପୂର୍ଣ୍ଣରୂପେ ସହଯୋଗ ପାଇବେ। ପ୍ରେମୀ ଯୁଗଳଙ୍କର ଘନିଷ୍ଠତା ବଢ଼ିବ।

ତୁଳା: ଚାକିରିରେ ଦରମା ବୃଦ୍ଧି ସହ ବଦଳି ଯୋଗ ରହିଛି। ମୋଟର ଯାନ କିଣିବାର ଇଚ୍ଛା ପୂରା ହେବ। କୌଣସି ବିରୋଧୀ ଆପଣଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ବିଛା: କାରବାରରେ ଉଢ଼ାଣ ଗଢ଼ାଣର ସମ୍ଭାବନା। ନିକଟ ସଂପର୍କିୟ ସହିତ ସମୟ ଅତିବାହିତ କରିବେ। ରାଜନୀତି ବିଷୟରେ ଆପଣଙ୍କ ବିଚାର ପ୍ରକଟ କରିବେ। ପାରିବାରିକ ଜୀବନ ସାମାନ୍ୟ ରହିବ।

ଧନୁ: ଯଦି ଆପଣ ଚାକିରିର ଅଧିକାରୀ ପଦ ପାଇଁ ପ୍ରୟାସ କରୁଛନ୍ତି ତେବେ ସଫଳତା ପାଇବେ। ବୈବାହିକ ଜୀବନ ଭଲ ରହିବ। ପ୍ରେମ ଜୀବନରେ ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ମକର: ବେପାରରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଭାଗ୍ୟର ସହଯୋଗ ପାଇବେ। ଜୀବନରେ ନୂଆ ମୁକାମ ହାସଲ କରିବେ। ପ୍ରେମ ଜୀବନରେ ନୂଆ ଶକ୍ତି ସଂଚାର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଚାକିରିରେ ସଫଳତାର ଯୋଗ ଅଛି। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ। ଯେଉଁ ଛାତ୍ରଛାତ୍ରୀ ବିଦେଶ ଯିବା ପାଇଁ ଇଚ୍ଛୁକ ସେମାନଙ୍କ ଆଶା ପୂରଣ ହୋଇପାରେ।

ମୀନ: ବେପାରରେ ଯଥେଷ୍ଟ ଲାଭର ସମ୍ଭାବନା। ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ସାମଞସ୍ୟ ରହିବ। ପାରିବାରିକ ଜୀବନରେ ପାରଦର୍ଶିତା ରହିବ। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe