ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi

ମେଷ: ଚାକିରିରେ ଉନ୍ନତି ଅବସର ମିଳିବ। ପରିଶ୍ରମରେ ଲାଭ ଆପଣଙ୍କୁ ମିଳିବ। ପରିବାରରେ ଜଣେ ଅନ୍ୟଜଣଙ୍କୁ ବୁଝି ଆଗକୁ ବଢ଼ିବେ। ବନ୍ଧୁ ସହିତ ଫୋନରେ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ।

ବୃଷ: ନିଜ ଭୁଲ୍ ସୁଧାରିବାର ଦିନଟିଏ। କାରବାରରେ ନିଜ ପରିଶ୍ରମରେ ଆଗକୁ ବଢ଼ିବେ। ବିନା କାହାରି ସାହାଯ୍ୟରେ ଧନ କମାଇବେ। ଛାତ୍ରଛାତ୍ରୀଙ୍କୁ ସିନିୟରଙ୍କ ଠାରୁ କିଛି ନୂଆ ଶିଖିବାକୁ ମିଳିବ।

ମିଥୁନ: କୌଣସି ଭଲ କଂପାନିରେ ଚାକିରି ପାଇବେ। କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ। ସାମାଜିକ କାର୍ଯ୍ୟକ୍ରମରେ କାହାରି ସହିତ ମିଶିବା ପାଇଁ ଯିବାକୁ ପଡ଼ିପାରେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

କର୍କଟ: ଦନଟି ବ୍ୟସ୍ତତା ଭରା ରହିବ। ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ନିଜର ପିଲାଙ୍କୁ ନେଇ ସୋପିଙ୍ଗ ମହଲ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ଭାବିବେ।

ସିଂହ: ସୋଫ୍ଟୟର ଇଂଜିନିୟର୍ସଙ୍କୁ ପଦୋନ୍ନତି ମିଳିପାରେ। କୌଣସି ବନ୍ଧୁଙ୍କୁ ଦେଇଥିବା ଧନ ଫେରସ୍ତ ପାଇବେ। ଜୀବନରେ ନକାରାତ୍ମକ ଦୂର ହେବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

କନ୍ୟା: କୌଣସି ଶୁଭ ଖବର ପାଇବେ। ଧନଲାଭର ଅବସର ପାଇବେ। କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ବେପାରରେ ଅନୁକୂଳ ସ୍ଥିତି ବଜାୟ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ତୁଳା: ଆପଣଙ୍କ ବାଣୀରେ ମଧୁରତା ଆସିବ। ସନ୍ତାନ ପକ୍ଷରୁ ସୁଖଦ ଅନୁଭୂତି ହେବ। ପ୍ରତିଟି ପଦକ୍ଷେପରେ ବନ୍ଧୁର ସାହାଯ୍ୟ ପାଇବେ। ବ୍ୟବସାୟିକ ସଫଳତାରେ ଆପଣଙ୍କୁ ଖୁସି ମିଳିବ।

ବିଛା: ପରିବାର ଲୋକଙ୍କ ସହିତ ହସ ମଜା ପରିବାରର ବାତାବରଣକୁ ଆହୁରି ମନୋରମ କରିବ। ସରକାରୀ ବିଭରାଗରେ କାମ କରୁଥିବା ଲୋକଙ୍କୁ ସୁଖଦ ପରିବର୍ତ୍ତନର ନଜର ଆସିବ।

ଧନୁ: କୌଣସି କାମ ପାଇଁ ଯାତୟାତ ଅଧିକ କରିବେ। ଦାନ ପୁଣ୍ୟରେ ରୁଚି ବଢ଼ିବ। ବେପାରୀବର୍ଗଙ୍କୁ ଅଧିକତମ ଲାଭ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ପାଇବା ପାଇଁ କୌଣସି ଅବସର ମିଳିବ।

ମକର: ଅଫିସ କାମରେ ବ୍ୟସ୍ତ ରହିବେ। ନିଜର କଥାକୁ ଅନ୍ୟମାନଙ୍କ ଆଗରେ ସକାରାତ୍ମକ ଢ଼ଙ୍ଗରେ ରଖନ୍ତୁ। ନୂଆ ଜିନିଷ କିଣିବା ପାଇଁ ମନସ୍ଥ କରିବେ। ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ।

କୁମ୍ଭ: ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କୁ ଲାଭ ହେବ। ସନ୍ଧ୍ୟାରେ ଭୋଜନ ବାହାରେ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ।

ମୀନ: ଲୋକମାନଙ୍କ ସହିତ ଆପଣ ସଂପର୍କ ଯୋଡ଼ିବେ। ଆମଦାନି ବୃଦ୍ଧି ହେବ। ମୋଟର ଯାନ ଚଳାଇବାରେ ସାବଧାନତାର ଆବଶ୍ୟକତା ରହିଛି। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe