Advertisment

କଇଁଛ ଚୋରା ଚାଲାଣବେଳେ ମାଡି ବସିଲା ବନ ବିଭାଗ, ୪୮୯ଟି କଇଁଛ ଉଦ୍ଧାର

Advertisment

ପିକଅପ ଗାଡ଼ିରୁ ସମୁଦାୟ ୪୮୯ଟି କଇଁଛ ଉଦ୍ଧାର ହୋଇଥିବା ବେଳେ ଓଜନ ୯୩୪ କିଲୋଗ୍ରାମ ଥିବା ଜଣାପଡିଛି | ଚିତ୍ରକୋଣ୍ଡା ରେଞ୍ଜରଙ୍କ କହିବା ଅନୁଯାୟୀ କଇଁଛ ସବୁ ମାଲକାନଗିରିର ଏମଭି ୭୯ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା |

ପିକଅପ ଗାଡ଼ିରୁ ସମୁଦାୟ ୪୮୯ଟି କଇଁଛ ଉଦ୍ଧାର ହୋଇଥିବା ବେଳେ ଓଜନ ୯୩୪ କିଲୋଗ୍ରାମ ଥିବା ଜଣାପଡିଛି | ଚିତ୍ରକୋଣ୍ଡା ରେଞ୍ଜରଙ୍କ କହିବା ଅନୁଯାୟୀ କଇଁଛ ସବୁ ମାଲକାନଗିରିର ଏମଭି ୭୯ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା |

tortoise

ଚିତ୍ରକୋଣ୍ଡା: ଚୋରି ରାହାଜାନି, ଡକାୟତ ପରେ ଏବେ ଚୋର ତସ୍କରଙ୍କ ଦୃଷ୍ଟି ପଡିଛି ନିରୀହ ଜଳପ୍ରାଣୀ କଇଁଛଙ୍କ ଉପରେ | କଇଁଛ କଳାବଜାର ଦୁନିଆରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବାବେଳେ ଚୋର ତସ୍କରମାନେ ଏହି କଳା ଧନ୍ଦାକୁ ଆପଣେଇ ନେଉଥିବା ଦେଖିବାକୁ ମିଳିଛି | ବିଭିନ୍ନ କୌଶଳ ଅବଲମ୍ବନ କରି ପଡୋଶୀ ଆନ୍ଧ୍ରପ୍ରଦେଶରୁ ଓଡିଶାକୁ କଇଁଛ ଚୋରା ଚାଲାଣ କରୁଛନ୍ତି ଚୋରା ଚାଲାଣକାରୀ | ମୁଖ୍ୟତଃ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ମୋଟୁ ରାସ୍ତା ଦେଇ ଏହି ସବୁ ଚୋରା ଚାଲାଣ କରିଥାନ୍ତି ଚାଲାଣକାରୀ |

ମୋଟୁ ରାସ୍ତାରେ ବହୁ ସମୟରେ ଧରା ପଡିଯାଉଥିବାରୁ ଚିତ୍ରକୋଣ୍ଡା ରାସ୍ତା ଦେଇ ଏକ ଆନ୍ଧ୍ର ରେଜିଷ୍ଟ୍ରସନ ଏପି ୩୯ ଏନଏସ ୧୫୬୬ ନଂ ଥିବା ପିକଅପ ଭ୍ୟାନ ଯୋଗେ ଚୋରା ଚାଲାଣ କରୁଥିବା ସମୟରେ ଓଡିଶା ସୀମାନ୍ତ ରାଜୁଲକୋଣ୍ଡା ନିକଟରେ ମାଡ଼ିବସିଥିଲା ବନବିଭାଗ | ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ ଓ  ଫରେଷ୍ଟର ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବନବିଭାଗର ଏକ ଟିମ ଚିତ୍ରକୋଣ୍ଡା ରାସ୍ତା ଦେଇ କଇଁଛ ଚୋରା ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇ ରାଜୁଲକୋଣ୍ଡା ଗ୍ରାମ ନିକଟରେ ବିଭିନ୍ନ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ପିକଅପ ଭ୍ୟାନରେ ଅଖା ବସ୍ତାରେ କଇଁଛ ବୋଝେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ |

ତୁରନ୍ତ ପିକଅପ ଭ୍ୟାନକୁ ଜବତ କରିବା ସହ ଗାଡ଼ିରେ ଥିବା କଇଁଛ ଉଦ୍ଧାର ସହ ଦୁଇଜଣଙ୍କୁ ଗିରଫ କରିଥିଲେ | ଜବତ ପିକଅପ ଗାଡ଼ିରୁ ସମୁଦାୟ ୪୮୯ଟି କଇଁଛ ଉଦ୍ଧାର ହୋଇଥିବା ବେଳେ ଓଜନ ୯୩୪ କିଲୋଗ୍ରାମ ଥିବା ଜଣାପଡିଛି | ଚିତ୍ରକୋଣ୍ଡା ରେଞ୍ଜରଙ୍କ କହିବା ଅନୁଯାୟୀ କଇଁଛ ସବୁ ମାଲକାନଗିରିର ଏମଭି ୭୯ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା | ଚୋରା ଚାଲାଣରେ ଗିରଫ ହୋଇଥିବା ଦୁଇ ଜଣ ହେଲେ ସଂଜୀବ ବେପାରି, ପ୍ରଶ୍ନଜିତ ଗରାମି | କଇଁଛ କେଉଁ ଉଦେଶ୍ୟରେ ଚାଲାଣ ହେଉଥିଲା ଓ ଏଥିରେ ଅନ୍ୟ କେଉଁକେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି  ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe