କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆସନରେ ଭାଗ୍ୟ ପରୀକ୍ଷା କରିବେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି। ହେଭିୱେଟ ବୈଜୟନ୍ତଙ୍କ ବିପକ୍ଷରେ ଫାଇଟ କରିବେ ଅନୁଭବ। ଏନେଇ ଗତକାଲି ଶେଷ ଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅନୁଭବ। ବିଜେଡି ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ସହ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ଯେଉଁଥିରେ ଅନୁଭବଙ୍କ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି। ଅନୁଭବଙ୍କ ସମ୍ପତ୍ତି କେତେ? କେଉଁ କମ୍ପାନିରେ କେତେ ସେୟାର, ନିଜ ନାଁରେ କେତୋଟି ଗାଡ଼ି ରହିଛି ଏ ସମସ୍ତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ ରହିଛି।
ସତ୍ୟପାଠ ଅନୁଯାୟୀ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୭୭ ଲକ୍ଷ ୪୬ହଜାର ୧୧୦ ଟଙ୍କା। ଯେଉଁଥିରେ ଅନୁଭବଙ୍କ ୧ କୋଟି ୪ ଲକ୍ଷ ୯୬ ହଜାର ୧୧୦ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୭୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତି ରହିଛି। ଅନୁଭବଙ୍କ ପାଖରେ ୪ଟି ଗାଡି ରହିଥିବା ବେଳେ ଏହାର ମୂଲ୍ୟ ରହିଛି ୬୦ ଲକ୍ଷ ୫୦ ହଜାର ଟଙ୍କା। ସେହିଭଳି ୧୮ ଲକ୍ଷ ୯୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି।
OrissaPOSTଏହାଛଡା ଅନୁଭବଙ୍କ ପାଖରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା ବେଳେ ୪୧ ଲକ୍ଷ ୩୩ ହଜାର ୫୦୬ ଟଙ୍କା ଋଣ କରିଛନ୍ତି ବିଜେଡିର ଏହି ସାଂସଦ ପ୍ରାର୍ଥୀ। ଅନୁଭବଙ୍କ ନାଁରେ କୌଣସି ଚାଷ ଜମି ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ବିଭିନ୍ନ ବ୍ୟାଙ୍କରେ ଜମାରାଶି ବାବଦକୁ ୬ ଲକ୍ଷ ୬୮ ହଜାର ୧୫୫ ଟଙ୍କା ଅନୁଭବଙ୍କ ନାଁରେ ଥିବା ବେଳେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ କମ୍ପାନିରେ ୧୪ ଲକ୍ଷ ୯୭ ହଜାର ୯୫୫ ଟଙ୍କା ନିବେଶ କରିଛନ୍ତି ଅନୁଭବ।
Follow Us