ଖଣି ଲିଜ୍ ଆବଣ୍ଟନ ପରେ ସରକାରଙ୍କୁ ଜଙ୍ଗଲ ଚିନ୍ତା, ରାଷ୍ଟ୍ରୀୟ ପରିବେଶ ସୁରକ୍ଷା ଅତିରିକ୍ତ ସଚିବଙ୍କ ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ ଗସ୍ତ

Advertisment

ନୋଡାଲ୍ ଅଧିକାରୀ କେନ୍ଦ୍ର ପରିବେଶ ସୁରକ୍ଷା ଅତିରିକ୍ତ ସଚିବ କୈଳାସମ୍ ମୁରୁଗସେନଙ୍କ ନେତୃତ୍ଵରେ ଏକ ବିଶେଷଜ୍ଞ କମିଟି ବଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ଡେଙ୍ଗୁଳା ସେକ୍ସନର ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ତଦନ୍ତ କରିଥିଲେ। 

ୂର

କୋଇଡ଼ା: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ବନ ଉପମହାନିର୍ଦେଶକ( ଡିଡିଜିଏଫ୍) ପଦରୁ ହଟିଛନ୍ତି ବରିଷ୍ଠ ଆଇଏଫ୍ଏସ୍ ଆର୍ତ୍ତତ୍ରାଣ ମିଶ୍ର। ତାଙ୍କ ସ୍ଥାନରେ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ବର୍ତ୍ତମାନ ନାଗପୁର ବନ ଉପମହାନିର୍ଦେଶକ ଭାବେ କାର୍ଯ୍ୟରତ ଏସ୍ ସେନ୍ଥିଲ କୁମାରଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀ ମିଶ୍ର ୨୦୨୧ରେ ଭୁବନେଶ୍ବରରେ ଡିଡିଜିଏଫ୍ ପଦରେ ଅବସ୍ଥାପିତ ହୋଇଥିଲେ। ଏହି ସମୟରେ ଆଞ୍ଚଳିକ କ୍ଷମତା ସମ୍ପନ୍ନ କମିଟି ଅଧୀନରେ ଖଣି, ଭିତ୍ତିଭୂମି ଓ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ବିପୁଳ ପରିମାଣର ଜଙ୍ଗଲ ଜମି କିସମ ପରିବର୍ତ୍ତନ ହୋଇଥିବା ଏବଂ ଶିଳ୍ପ ଓ ହସ୍ପିଟାଲ ଆଦି ପାଇଁ ପରିବେଶଗତ ମଞ୍ଜୁରୀ ସମୟରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦେଶକ(ଜଙ୍ଗଲ) ଅଞ୍ଜନ ମହାନ୍ତିଙ୍କ ସହଯୋଗରେ ନୋଡାଲ୍ ଅଧିକାରୀ କେନ୍ଦ୍ର ପରିବେଶ ସୁରକ୍ଷା ଅତିରିକ୍ତ ସଚିବ କୈଳାସମ୍ ମୁରୁଗସେନଙ୍କ ନେତୃତ୍ଵରେ ଏକ ବିଶେଷଜ୍ଞ କମିଟି ବଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ଡେଙ୍ଗୁଳା ସେକ୍ସନର ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପହଞ୍ଚି ତଦନ୍ତ କରିଥିଲେ। 

ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ସମୟରେ ବଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ଅନ୍ତର୍ଗତ ଡେଙ୍ଗୁଳା ସେକ୍ସନର ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲରେ କୋହଳ ମନୋଭାବ ପୋଷଣକରି ଅନୁମତି ପ୍ରଦାନ ପାଇଁ ସୁପାରିସ କରାଯାଇଥିଲା। ଯେଉଁଥିରେ ଏହି ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ବା କୋଇଡ଼ା ଖଣି ମଣ୍ଡଳର ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ଉକ୍ତ ଅଞ୍ଚଳରୁ ଦୁଇଟି ଚିତ୍ରାହରିଣ ଉଦ୍ଧାର ହୋଇଥିବାବେଳେ ଗୋଟିକର ମୃତ୍ୟୁ ଘଟିଥିଲା। ସେହି ସବୁ ସୁପାରିସ କରାଯାଇଥିବା ଫାଇଲଗୁଡ଼ିକୁ ପୁଣି ଥରେ ବିଶେଷଜ୍ଞ କମିଟି ତର୍ଜମା କରିବା ଆରମ୍ଭ କରିଛି। ଏପରିକି କ୍ଷେତ୍ରୀୟ ଅନୁଧ୍ୟାନ ମଧ୍ୟ କରାଯାଉଛି। ଖଣି ମଞ୍ଜୁରୀ ଅନିୟମିତତା ସଂକ୍ରାନ୍ତରେ ଉଠିଥ‌ିବା ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହାର ସଠିକ୍ ତଦନ୍ତ କରାଯିବା ଲାଗି ଏହି କମିଟିକୁ ଦାୟିତ୍ୱ ଦିଆଯାଇଛି। କମିଟି ରିପୋର୍ଟ ଆସିବା ପରେ ତାହାକୁ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏହି ଗସ୍ତ ସମୟରେ ବିଶେଷଜ୍ଞ ଦଳ ସହ ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଓ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌ଡିଙ୍କ ସମେତ ବନ ଅଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe