ନୂଆ ରୂପ ପାଇବ ସୁନ୍ଦରଗଡ଼ ଜିଲ୍ଲାର ପର୍ଯ୍ୟଟନସ୍ଥଳ: ବ୍ୟୟ ହେବ ୫୮ କୋଟି ୮୩ ଲକ୍ଷ ୫୨ ହଜାର ୨୭୦ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୨୭ଟି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପ ପାଇଁ ମୋଟ୍‌ ୫୮ କୋଟି ୮୩ ଲକ୍ଷ ୫୨ ହଜାର ୨୭୦ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି।

cft
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କେବଳ ଖଣିଖମାରେ ପରିପୂର୍ଣ୍ଣ ନୁହେଁ, ବରଂ ଏଠାରେ ଏକାଧିକ ପର୍ଯ୍ୟଟନୀସ୍ଥଳ, ଐତିହ୍ୟ ସ୍ଥାନ ରହିଛି। ତେବେ ସଂସ୍କୃତି, ପରମ୍ପରା ଓ ସ୍ବର୍ଣ୍ଣିମ ଇତିହାସ ବହନ କରୁଥିବା ଏହି ସ୍ଥାନଗୁଡ଼ିକ ଏବେ ଅବହେଳିତ। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶକୁ ଅଣଦେଖା କରାଯାଉଥିବାରୁ ଏହା ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଯଦ୍ବାରା ଏହାର ପ୍ରଚାରପ୍ରସାର କେବଳ ସୁନ୍ଦରଗଡ଼ ଜିଲ୍ଲାରେ ସୀମିତ। ବିଳମ୍ବ ହେଉପଛେ, ଶେଷରେ ଜିଲ୍ଲା ପ୍ରଶାସନ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୭ଟି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି।

ରାଉରକେଲା ମହାନଗର ନିଗମ, ସୁନ୍ଦରଗଡ଼ ଟାଉନ ତଥା ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀର ସମଗ୍ର ବିକାଶ କରାଯିବ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ଟିସ୍କୋ କଲୋନିର ପୁନରୁଦ୍ଧାର ସହ ଏହାକୁ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତର ପାଇଁ ୨୦ କୋଟି ୯୨ ଲକ୍ଷ ୧୮ ହଜାର ୧୬୮ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିଭଳି ଦୁର୍ଗାପୁର ହିଲ୍‌ଟପ୍‌ର ବିକାଶ ପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ହେବ। ଏତଦ୍‌ବ୍ୟତୀତ ବଣାଇଁରେ ବାବା ବାଣେଶ୍ବର ମନ୍ଦିର(୨.୪ କୋଟି), କେନ୍ଦୁଡିହି କଟାର ପୁନରୁଦ୍ଧାର(୯.୪୯ ଲକ୍ଷ), ବୀରେଶ୍ବର ମନ୍ଦିର(୧.୬୦ କୋଟି), ଖଣ୍ଡାଧାର ଇକୋ ଟୁରିଜିମ୍‌(୧୫ ଲକ୍ଷ), ରୁକୁଡ଼ା ଡ୍ୟାମ୍‌ (୧.୨୯ କୋଟି), ରାଜଗାଙ୍ଗପୁର ଘୋଘର ଶିବ ମନ୍ଦିର (୧.୬୦ କୋଟି) ଓ କାଂଶବାହାଲ ଡ୍ୟାମ୍‌ (୧.୪୭ କୋଟି), ବାଲିଶଙ୍କରାର କାହ୍ନାକୁଣ୍ଡ (୨.୨୮ କୋଟି), ଶୁଖା ମହାଦେବ ମନ୍ଦିର (୮୯.୬୦ ଲକ୍ଷ) ଓ ତଳସରା ଡ୍ୟାମ୍‌ (୨.୩୦ କୋଟି), ଟାଙ୍ଗରପଲୀର ସ୍ବପ୍ନେଶ୍ବର ବାବା ମନ୍ଦିର (୯୯.୪୫ ଲକ୍ଷ), ସୁନ୍ଦରଗଡ଼ ସଦର ବ୍ଲକରେ ଥିବା ମାଢେଶ୍ବର ଶିବ ମନ୍ଦିର (୯୮.୮୩ ଲକ୍ଷ), ସୁନ୍ଦରଗଡ଼ ପୌରପାଳିକା ଅନ୍ତର୍ଗତ ଇବ୍‌ ନଦୀ ପଠା (୯୭.୭୨ ଲକ୍ଷ) ଓ ସମଲେଇ ମନ୍ଦିର କମ୍ପ୍ଲେକ୍ସ (୮୫.୬୭ ଲକ୍ଷ), ଲହୁଣୀପଡ଼ାରେ ଥିବା ଅଶୋକ ଝରଣରେ ଇକୋ ଟୁରିଜିମ୍‌ (୫୧.୫୦ ଲକ୍ଷ), ବାଦଲଗିରି ଇକୋ ଟୁରିଜିମ୍‌ (୬୩ ଲକ୍ଷ), ସିଙ୍ଗାରଦେଇରେ ଇକୋ ଟୁରିଜିମ୍‌(୪୩ ଲକ୍ଷ), ଦେଓଧର ଇକୋ ଟୁରିଜିମ୍‌(୧.୯୬ କୋଟି), ଗୁରୁଣ୍ଡିଆର ଖମ୍ବେଶ୍ବରୀ ଇକୋ ଟୁରିଜିମ୍‌ (୫୫.୫୦ ଳକ୍ଷ), କୋଇଡ଼ାର ମିରିଗିଖୋଜ୍‌ରେ ଇକୋ ଟୁରିଜିମ୍‌ (୫୨.୫୦ ଲକ୍ଷ), ଲେଫ୍ରିପଡ଼ାସ୍ଥ ଉଷାକୋଠୀର ବିକାଶ (୭୬.୪୪ ଲକ୍ଷ), ହେମଗିର ଜୁନାଗଡ଼ ଗୁମ୍ଫା (୧ କୋଟି ୩୧ ଲକ୍ଷ ୯୦ ହଜାର), ବିଶ୍ରାର ଅକ୍ଷୟଶୀଳାର ବିକାଶ (୧.୩୩ କୋଟି) ଏବଂ ଲାଠିକଟା ପିତାମହଲ ଡ୍ୟାମ୍‌ ସାଇଟ୍‌ (୧.୫୦ କୋଟି)ର ବିକାଶ କରାଯିବ।

ଗତ ୧୩ ତାରିଖରେ ଜିଲ୍ଲାପାଳ ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗର କମିସନର ତଥା ସଚିବଙ୍କୁ ପତ୍ର ଲେଖିଛନ୍ତି। ପର୍ଯ୍ୟାୟକ୍ରମେ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯିବ। ଆବଶ୍ୟକ ଭିତ୍ତିଭୂମି ନିର୍ମାଣକରି ନୂଆ ରୂପ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟର ପ୍ରକଳ୍ପ ପାଇଁ ମୋଟ୍‌ ୫୮ କୋଟି ୮୩ ଲକ୍ଷ ୫୨ ହଜାର ୨୭୦ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତ ହୋଇସାରିଥିବାବେଳେ ସେଗୁଡ଼ିକୁ  ରାଜ୍ୟ ପର୍ଯ୍ୟଟନ ବିଭାଗରେ ଦାଖଲ କରାଯାଇସାରିଲାଣି। ପ୍ରକଳ୍ପ ସହ ଅର୍ଥରାଶି ଅନୁମୋଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି।
 ଉଲ୍ଲେଖଯୋଗ୍ୟ, ରାଉରକେଲା ମହାନଗର ନିଗମ, ସୁନ୍ଦରଗଡ଼ ଟାଉନ ତଥା ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀର ସମଗ୍ର ବିକାଶ କରାଯିବ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଥିବା ଟିସ୍କୋ କଲୋନିର ପୁନରୁଦ୍ଧାର ସହ ଏହାକୁ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତର ପାଇଁ ୨୦ କୋଟି ୯୨ ଲକ୍ଷ ୧୮ ହଜାର ୧୬୮ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେହିଭଳି ଦୁର୍ଗାପୁର ହିଲ୍‌ଟପ୍‌ର ବିକାଶ ପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ହେବ। ଏତଦ୍‌ବ୍ୟତୀତ ବଣାଇଁରେ ବାବା ବାଣେଶ୍ବର ମନ୍ଦିର(୨.୪ କୋଟି), କେନ୍ଦୁଡିହି କଟାର ପୁନରୁଦ୍ଧାର(୯.୪୯ ଲକ୍ଷ), ବୀରେଶ୍ବର ମନ୍ଦିର(୧.୬୦ କୋଟି), ଖଣ୍ଡାଧାର ଇକୋ ଟୁରିଜିମ୍‌(୧୫ ଲକ୍ଷ), ରୁକୁଡ଼ା ଡ୍ୟାମ୍‌ (୧.୨୯ କୋଟି), ରାଜଗାଙ୍ଗପୁର ଘୋଘର ଶିବ ମନ୍ଦିର (୧.୬୦ କୋଟି) ଓ କାଂଶବାହାଲ ଡ୍ୟାମ୍‌ (୧.୪୭ କୋଟି), ବାଲିଶଙ୍କରାର କାହ୍ନାକୁଣ୍ଡ (୨.୨୮ କୋଟି), ଶୁଖା ମହାଦେବ ମନ୍ଦିର (୮୯.୬୦ ଲକ୍ଷ) ଓ ତଳସରା ଡ୍ୟାମ୍‌ (୨.୩୦ କୋଟି), ଟାଙ୍ଗରପଲୀର ସ୍ବପ୍ନେଶ୍ବର ବାବା ମନ୍ଦିର (୯୯.୪୫ ଲକ୍ଷ), ସୁନ୍ଦରଗଡ଼ ସଦର ବ୍ଲକରେ ଥିବା ମାଢେଶ୍ବର ଶିବ ମନ୍ଦିର (୯୮.୮୩ ଲକ୍ଷ), ସୁନ୍ଦରଗଡ଼ ପୌରପାଳିକା ଅନ୍ତର୍ଗତ ଇବ୍‌ ନଦୀ ପଠା (୯୭.୭୨ ଲକ୍ଷ) ଓ ସମଲେଇ ମନ୍ଦିର କମ୍ପ୍ଲେକ୍ସ (୮୫.୬୭ ଲକ୍ଷ), ଲହୁଣୀପଡ଼ାରେ ଥିବା ଅଶୋକ ଝରଣରେ ଇକୋ ଟୁରିଜିମ୍‌ (୫୧.୫୦ ଲକ୍ଷ), ବାଦଲଗିରି ଇକୋ ଟୁରିଜିମ୍‌ (୬୩ ଲକ୍ଷ), ସିଙ୍ଗାରଦେଇରେ ଇକୋ ଟୁରିଜିମ୍‌(୪୩ ଲକ୍ଷ), ଦେଓଧର ଇକୋ ଟୁରିଜିମ୍‌(୧.୯୬ କୋଟି), ଗୁରୁଣ୍ଡିଆର ଖମ୍ବେଶ୍ବରୀ ଇକୋ ଟୁରିଜିମ୍‌ (୫୫.୫୦ ଳକ୍ଷ), କୋଇଡ଼ାର ମିରିଗିଖୋଜ୍‌ରେ ଇକୋ ଟୁରିଜିମ୍‌ (୫୨.୫୦ ଲକ୍ଷ), ଲେଫ୍ରିପଡ଼ାସ୍ଥ ଉଷାକୋଠୀର ବିକାଶ (୭୬.୪୪ ଲକ୍ଷ), ହେମଗିର ଜୁନାଗଡ଼ ଗୁମ୍ଫା (୧ କୋଟି ୩୧ ଲକ୍ଷ ୯୦ ହଜାର), ବିଶ୍ରାର ଅକ୍ଷୟଶୀଳାର ବିକାଶ (୧.୩୩ କୋଟି) ଏବଂ ଲାଠିକଟା ପିତାମହଲ ଡ୍ୟାମ୍‌ ସାଇଟ୍‌ (୧.୫୦ କୋଟି)ର ବିକାଶ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe