ସୁନ୍ଦରଗଡ଼: ଆଜି ସକାଳେ ବିଜୁ ଏକ୍ସପ୍ରେସ ୱେ ରସରାଜପୁର ମୁଣ୍ଡାଗାଁ ଛକ ମୋଡ଼ରେ ଏକ ଟ୍ରାକ୍ଟରକୁ ପାଉଁଶ ବୋଝେଇ ଟ୍ରେଲର ଧକ୍କା ଦେଇଥିଲା। ଏଥିରେ ଟ୍ରାକ୍ଟର ଚାଳକଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକ ହେଲେ ରସରାଜପୁରର ବିଶ୍ବଜିତ ଲାକ୍ରା (୩୩)॥ ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଟ୍ରାକ୍ଟରର ବଡ଼ ଚକ ଚେପା ହୋଇଯାଇଛି।
ବିଶ୍ବଜିତ ନିଜ ଗାଁରୁ ଧାନ ନେଇ କୁମବାହାଲ ରାଇସ୍ ମିଲ୍ ରେ ଛାଡ଼ି ଫେରୁଥିଲେ। ଜରଙ୍ଗଲୋଇ ଆଗ ଛକ ମୁଣ୍ଡାଗାଁ ମୋଡ଼ରେ ଝାରସୁଗୁଡ଼ା ପଟୁ ଦ୍ରୁତବେଗରେ ଆସୁଥିବା ଏକ ପାଉଁଶ ବୋଝେଇ ଟ୍ରେଲର ଜୋରରେ ଧକ୍କା ଦେଇଥିଲା।
ଟ୍ରାକ୍ଟର ଚେପା ହୋଇ ଯାଇଥିବାବେଳେ ଚାଳକ ବିଶ୍ବଜିତ ଘଟଣାସ୍ଥଳରେ ପ୍ରାଣ ହରାଇଲେ। ଦୁର୍ଘଟଣା ପରେ ଟ୍ରେଲର ଚାଳକ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଖବର ପାଇ ବଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।
Follow Us