ଲୋକସଭାରେ ମହାନଦୀ ପ୍ରସଙ୍ଗ:  ୩ ମାସ ମଧ୍ୟରେ ଟ୍ରିବୁନାଲ ଗଠନ ନେଇ ଜଳସମ୍ପଦ ମନ୍ତ୍ରୀ  ନୀତିନ ଗଡ଼କରିଙ୍କ ପ୍ରତିଶ୍ରୁତି

Advertisment
ଲୋକସଭାରେ ମହାନଦୀ ପ୍ରସଙ୍ଗ:  ୩ ମାସ ମଧ୍ୟରେ ଟ୍ରିବୁନାଲ ଗଠନ ନେଇ ଜଳସମ୍ପଦ ମନ୍ତ୍ରୀ  ନୀତିନ ଗଡ଼କରିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଓଡ଼ିଶା ପ୍ରତି ଅନ୍ୟାୟ ହେବ ନାହିଁ। ଓଡ଼ିଶାକୁ ପର୍ଯ୍ୟାପ୍ତ ପାଣି ମିଳିବ।  ମହାନଦୀ ପ୍ରସଙ୍ଗ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆଲୋଚନା ହେବା ଉଚିତ। ଗତକାଲି  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାନଦୀ ପ୍ରସଙ୍ଗର ସମାଧାନ  ଆପୋଷ ଆଳୋଚନା ମାଧ୍ୟମରେ କରିବାକୁ ସେ ଚିଠି ଲେଖିଛନ୍ତି। ଏପରିକି ସୁପ୍ରିମ୍‌ କୋର୍ଟରେ ମଧ୍ୟ ସରକାର ମହାନଦୀ ପ୍ରସଙ୍ଗର ସମାଧାନ ପାଇଁ ଟ୍ରିିବୁନାଲ ଗଠନ ପାଇଁ କହିଛନ୍ତି। ତେବେ ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ନେଇ  ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରି ଲୋକସଭାରେ ବିଜେଡି ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି।

publive-image

ଆଜି ଲୋକସଭାରେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ କଲିକେଶ ସିଂହଦେଓ ମହାନଦୀ ପ୍ରସଙ୍ଗରେ  ପ୍ରଶ୍ନ କରିଥିଲେ ଯେ  ଛତିଶଗଡ଼  ସରକାର ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରୁଥିବାରୁ  ଓଡ଼ିଶା କ୍ଷତିଗ୍ରସ୍ତ ହେଉଛି। ଏହି ସବୁ ବ୍ୟାରେଜ୍‌ ନିର୍ମାଣ ପାଇଁ   ଛତିଶଗଡ଼ ସରକାର  ଅନୁମତି ନେଇଛି କିମ୍ବା ନାହିଁ ବୋଲଇ ଶ୍ରୀ ପ୍ରଧାନ ଓ ଶ୍ରୀ ସିଂହଦେଓ ପ୍ରଶ୍ନ ପଚାରି ଥିଲେ। ଏ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଗଡ଼କରି କହିଥିଲେ ଯେ  ଛତିଶଗଡ଼ ସରକାର ଯେଉଁ ମାଇନର ପ୍ରକଳ୍ପ କରୁଛନ୍ତି, ସେଥିପାଇର୍ ଅନୁମତି ନେବାର ଆବଶ୍ୟକ ନାହିଁ। ଓଡ଼ିଶା ମଧ୍ୟ ଯେଉଁ ମାଇନର ପ୍ରକଳ୍ପ କରିଛି ସେଥିପାଇଁ  ଅନୁମତି ନେଇ ନାହିଁ। ତେବେ  ମହାନଦୀ ଜଳ ବିବାଦର ସମାଧାନ ପାଇଁ  ଟ୍ରିବୁନାଲ ଗଠନ ପ୍ରସଙ୍ଗରେ  ମନ୍ତ୍ରୀ ଶ୍ରୀ ଗଡ଼କରି କହିଥିଲେ ଯେ ଟ୍ରିବୁନାଲ ଗଠନ ନେଇ ଆମର କୌଣସି ଆପତ୍ତି ନାହିଁ। ଏପରିକି ଆମେ ଏ ପ୍ରସଙ୍ଗରେ ମଧ୍ୟ ସର୍ବୋଚ୍ଚ ନ୍ୟାାୟଳୟକୁ ଅବଗତ କରିଛୁ। ସେହିପରି  ଦେଶର ସମସ୍ତ ଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବୁନାଲ ଗଠନ ଲାଗି ଏକ ବିଲ୍‌ ଆଗତ କରଯିବ। ଏ ବିଲ୍‌  ସ୍କାନିଂ କମିଟି ଠାରୁ ମନ୍ତ୍ରଣାଳୟକୁ ଆସିଥିଲା। ବର୍ତ୍ତମାନ ଏହା ଆଇନ ବିଭାଗକୁ ପଠାଯାଇଛି। ସମ୍ଭବତଃ ୨ ମାସ ମଧ୍ୟରେ ଏହି ବିଲ୍‌ ପାସ ହୋଇଯିବ। ତେବେ ଆଗାମୀ ୩ ମାସ ମଧ୍ୟରେ ମହାନଦୀ ଜଳ ବବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରାଯିବ ବୋଲି  ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଗଡ଼କରି କହିବା ସହିତ ଏହି ପ୍ରସଙ୍ଗରେ ଓଡ଼ିଶାର ପ୍ରତିନିଧିମାନେ ତାଙ୍କ ସହିତ ଆଲୋଚନା କରିବାକୁ ଶ୍ରୀ ଗଡ଼କରି ପରାମର୍ଶ ଦେଇଥିଲେ। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଂସଦ ଅର୍ଜୁନ ସେଠୀ ଓ ଭର୍ତ୍ତୃହରି ମହତାବ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe