ଆଜି ସାମ୍ବାଦିକ ସମ୍ମିଳନୀରେ କୋଲ୍‌କାତା ହିଂସାକାଣ୍ଡର ଭିଡିଓ ପ୍ରଦର୍ଶନ କରିବ ତୃଣମୂଳ କଂଗ୍ରେସ

Advertisment
ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ଦଳର ଜରୁରୀ ବୈଠକ ଡାକିଲେ ମମତା, ତେଣେ ଦଳ ବିରୋଧୀ ମନ୍ତବ୍ୟ ଲାଗି ସସପେଣ୍ଡ ହେଲେ ତୃଣମୂଳ ବିଧାୟକ

Image: India Today

ନୂଆଦିଲ୍ଲୀ: ବୁଧବାର ଅପରାହ୍ଣ ୨ଟା ବେଳେ ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ ଠାରେ ତୃଣମୂଳ କଂଗ୍ରେସ ସାଂସଦଙ୍କର ଏକ ୪ ଜଣିଆ ପ୍ରତିନିଧି ଦଳ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ ଓ ମଙ୍ଗଳବାର ଦିନ କୋଲ୍‌କାତାରେ ହୋଇଥିବା ହିଂସାକାଣ୍ଡର ଭିଡିଓ ଫୁଟେଜ୍‌ ପ୍ରଦର୍ଶନ କରିବ।
ଅପରାହ୍ଣ ୪: ୩୦ ମିନିଟ୍‌ରେ ସମ୍ପୃକ୍ତ ପ୍ରତିନିଧି ଦଳ ଭାରତର ନିର୍ବାଚନ କମିସନ୍‌ଙ୍କୁ ମଧ୍ୟ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି କୋଲ୍‌କାତାର ବିଟି ରୋଡ୍‌ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେବାକୁ ଥିବା ନିର୍ବାଚନୀ ସଭାକୁ ବାତିଲ କରାଯାଇଛି। ସଭାମଞ୍ଚ ଭଙ୍ଗାଯାଇଛି ଏବଂ ମଞ୍ଚସାଜକଙ୍କୁ ମାଡ଼ ଦିଆଯାଇ ଥିବା କାରଣରୁ ସଭା ବାତିଲ ହୋଇଛି ବୋଲି ଖବର ମିଳିଛି।

ମମତା ବାନାର୍ଜୀଙ୍କ ମେମେ ସେୟାର୍‌ କରି କୋଲ୍‌କାତା ପୁଲିସ ଦ୍ୱାରା ଗିରଫ ହୋଇଥିବା ବଙ୍ଗ ବିଜେପି କର୍ମୀ ପ୍ରିୟଙ୍କା ଶର୍ମାଙ୍କୁ ଆଜି ସକାଳ ୯: ୩୦ ଜେଲ୍‌ରୁ ମୁକ୍ତ କରାଯାଇଛି। ମଙ୍ଗଳବାର ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ ତାଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ।

ଜେଲ୍‌ରୁ ବାହାରିବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି କି, ମୋତେ ବାଧ୍ୟ କରି କ୍ଷମଯାଚନା ପତ୍ର ସ୍ୱାକ୍ଷର କରାଯାଇଛି। ଏହାଛଡ଼ା ତାଙ୍କୁ ଜେଲ୍‌ରେ ନିର୍ଯାତନା ଦିଆଯାଇଥିବା କଥା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe