ସମ୍ମାନର ସହ ସ୍ୱାଗତ ନ କରିବାରୁ ଯୁବକଙ୍କୁ ଆକ୍ରମଣ କରି ବାଇକ୍‌ ପୋଡ଼ି ଦେଲେ ଟିଆର୍‌ଏସ୍‌ ନେତା

ସମ୍ମାନର ସହ ସ୍ୱାଗତ ନ କରିବାରୁ ଯୁବକଙ୍କୁ ଆକ୍ରମଣ କରି ବାଇକ୍‌ ପୋଡ଼ି ଦେଲେ ଟିଆର୍‌ଏସ୍‌ ନେତା

India Today

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜୁବିଲି ହିଲ୍‌ସ୍‌ର ରେହମତ ନଗର ଠାରେ ଜଣେ ସ୍ଥାନୀୟ ଟିଆର୍‌ଏସ୍‌ ନେତା ଜଣେ ୨୦ ବର୍ଷିୟ ଯୁବକଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି ବୋଲି କୁହାଯାଉଛି।
ଏ ଘଟଣାରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦିଶୁଛି ଟିଆର୍‌ଏସ୍‌ ନେତା ଓ ତାଙ୍କ ସହଯୋଗୀ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ କରି ପୁଳିସ ସହ ଧସ୍ତାଧସ୍ତି କରୁଛନ୍ତି।
ପୀଡ଼ିତଙ୍କ ନାମ ଉମାକାନ୍ତ ଏବଂ ସେ ଜଣେ ପାନଦୋକାନୀ ଓ ଗାଡ଼ିଚାଳକ। ସେ ଅଭିଯୋଗ କରିଛନ୍ତି କି, ଘରକୁ ଫେରିବା ବେଳେ ତାଙ୍କୁ ଟିଆର୍‌ଏସ୍‌ ନେତା କେ ଅରୁଣ କୁମାର ଅଟକାଇଥିଲେ।
ତାଙ୍କୁ ନମସ୍କାର କରି ନ ଥିଲେ କହି ନେତା ଅରୁଣ କୁମାର ଉମାକାନ୍ତଙ୍କ ସହ ଯୁକ୍ତିତର୍କ କରିଥିଲେ।
ଉମାକାନ୍ତ କହନ୍ତି: ଅରୁଣ କୁମାର ମଦ୍ୟପାନ କରୁଥିଲେ। ସମ୍ମାନ ଜଣାଇ ନାହିଁ କହି ଗୋଟାଏ ଛୁରି ଦେଖାଇ ସେ ମୋତେ ଧମକ ଦେଲେ। ମୋ ଗାଡ଼ିକୁ ବି ପୋଡ଼ି ପକାଇଲେ।
ସ୍ଥାନୀୟ ପୁଲିସ କହିବା ଅନୁସାରେ, ଉମାକାନ୍ତଙ୍କ ଗାଡ଼ି ପୋଡ଼ାଯିବା ପରେ ତାଙ୍କୁ (ପୁଲିସ) ସୂଚନା ଦିଆଯାଇଥିଲା।
ପୁଲିସ ସାମ୍ନାରେ ଅରୁଣ କୁମାର ଏବଂ ତାଙ୍କ ସହଯୋଗୀମାନେ ଉମାକାନ୍ତଙ୍କ ସହ ଝଗଡ଼ା କରିଥିଲେ।
ଘଟଣାସ୍ଥଳକୁ ଅର୍ଜୁନଙ୍କର ଆଉ ଅଳ୍ପ କେତେ ଜଣ ସହଯୋଗୀ ଆସି ଉମାକାନ୍ତ ଓ ତାଙ୍କ ସହଯୋଗୀମାନଙ୍କୁ ମାରଧର କରିବାକୁ ଯୋଜନା କଲେ।
କିନ୍ତୁ, ପୁଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ଗାଳିଫଜିତ କରିଥିଲେ।
ଉମାକାନ୍ତଙ୍କ ଏତଲା ଆଧାରରେ ଅରୁଣ କୁମାର ଏବଂ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe